29.1 C
Bhubaneswar
Tuesday, May 7, 2024
Homeବ୍ରେକୀଙ୍ଗମୌନ ଅମାବାସ୍ୟାରେ ବୁଡ ପକାଇଲେ ପ୍ରିୟଙ୍କା ଗାନ୍ଧୀ

ମୌନ ଅମାବାସ୍ୟାରେ ବୁଡ ପକାଇଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା ଆଜି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଛନ୍ତି । ମୌନୀ ଅମାବାସ୍ୟା ଅବସରରେ ପ୍ରିୟଙ୍କା ଗାନ୍ଧୀ ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି । ମାଘମେଳାରେ ବି ସେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଏହାପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଐତିହାସିକ ଆନନ୍ଦ ଭବନ ଗସ୍ତ କରିଥିଲେ । ପ୍ରୟାଗରାଜରେ ପ୍ରିୟଙ୍କା ମନକାମେଶ୍ୱର ମନ୍ଦିର ମଧ୍ୟ ଗସ୍ତ କରିବେ ।

ଏହାପରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିବେ । ପ୍ରୟାଗରାଜ ଯାତ୍ରା ସମୟରେ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇନାହିଁ । ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି । ତେବେ ଉତ୍ତରପ୍ରଦେଶରେ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ଏକମାତ୍ର ବଡ ଚେହେରା । ଦଳ ତିନି ଦଶକ ଧରି ସେଠାରେ ନିଜ ଗୋଡରେ ଛିଡା ହୋଇପାରିନାହିଁ । ଆଉ ଏମିତିରେ ପ୍ରିୟଙ୍କାଙ୍କ ଉପରେ ବଡ ଦାୟିତ୍ୱ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking