31.1 C
Bhubaneswar
Tuesday, May 7, 2024
Homeଓଡିଶାସ୍ଲଗ ସାମାଜିକ କର୍ମୀ ଙ୍କ ରୋଗୀ ଓ ପିଲାଙ୍କୁ କମଳ ଓ ବସ୍ତ୍ର ବଣ୍ଟନ

ସ୍ଲଗ ସାମାଜିକ କର୍ମୀ ଙ୍କ ରୋଗୀ ଓ ପିଲାଙ୍କୁ କମଳ ଓ ବସ୍ତ୍ର ବଣ୍ଟନ

 ତେଲକୋଇ : କେନ୍ଦୁଝର ର କିଛି ସାମାଜିକ କର୍ମୀ ଙ୍କ ଦ୍ଵାରା ରୋଗୀ ଙ୍କୁ କମ୍ବଳ ସହ ଛୋଟ ଛୋଟ ପିଲା , ପୁରଷ ଓ ମହିଳା ଙ୍କୁ ବସ୍ତ୍ର ବଣ୍ଟନ କରାଯାଇଛି ।
ମାନବ ସେବା ମାଧ୍ୟମରେ ମାଧଵ ସେବା ଯାହାର ଜୀବନ ର ବ୍ରତ କେନ୍ଦୁଝର ସହର ର ସେହିଭଳି କିଛି ସାମାଜିକ କର୍ମୀ ଙ୍କ ଦ୍ଵାରା ଆଜି ବାଂଶପାଳ ଗୋଷ୍ଠି ସ୍ଵାସ୍ଥ କେନ୍ଦ୍ରରେ ରୋଗୀ କୁ କମ୍ବଳ ପ୍ରଦାନ କରାଯିବା ସହ ବାଂଶପାଳ ବ୍ଲକ ର ଗୋଡଭଙ୍ଗା ଓ ସୁଣ୍ଡରା ଗାଁ ଗ୍ରଛୋଟ ଛୋଟ ପିଲାଙ୍କୁ ଗଞ୍ଜୀ , ପୁରୁଷ ମାନଙ୍କୁ ସାର୍ଟ ଓ ଗାମୁଛା ଓ ମହିଳା ଙ୍କୁ ଶାଢୀ ବଣ୍ଟନ କରାଯାଇଛି । କେନ୍ଦୁଝରଗଡ ପୌରପାଳିକା ର ୧୨ ୱାର୍ଡ ର ପୂର୍ବତନ କାଉନସିଲର ଲୀଳାବତୀ ପଣ୍ଡା ଙ୍କ ସହ ବିଶ୍ଵନାଥ ପଣ୍ଡା , ସୁଶିଳା ପାଣିଗ୍ରାହୀ, ଚାରୁଲତା ପାଣିଗ୍ରାହୀ , ମନୋରଞ୍ଜନ ପାଣିଗ୍ରାହୀ , ସୁଜାତା ପଟନାୟକ ଓ ପୂର୍ବତନ ସିଡିଏମ୍ଓ ଡଃ ଭାରତୀ ବେହେରା ପ୍ରଥମେ ବାଂଶପାଳ ଗୋଷ୍ଠି ସ୍ୱାସ୍ଥ କେନ୍ଦ୍ରକୁ ଯାଇ ସେଠାରେ ରୋଗୀ ମାନଙ୍କୁ କମ୍ବଳ ପ୍ରଦାନ କରିଥିଲେ । ଏହାପରେ ବାଂଶପାଳ ବ୍ଳକର ଗୋଡଭଙ୍ଗା ଓ ସୁଣ୍ଡ ଗା ଗାଁ କୁ ଯାଇ ସେଠାକାର ଗାଁ ଲୋକ ଙ୍କ ସହ କିଛି ସମୟ ବିତାଇବା ସହ ଗାଁ ର ଛୋଟ ଛୋଟ ପିଲା ମାନଙ୍କୁ ବସ୍ତ୍ର , ପୁରୁଷ ମାନକୁ ସାର୍ଟ ଓ ଗାମୁଛା ସାହ ମହିଳା ମାନଙ୍କୁ ଶାଢୀ ପ୍ରଦାନ କରିଥିବା ବେଳେ ସେହି ଅଜ୍ଞଳର ଦୁଇ ଜଣ ସାମାଜସେବୀ ପବିତ୍ର ପଲେଇ ଓ ଦୀପକ ବେହେରା ସହଯୋଗ କରିଥିଲେ । ସାଧାରଣ ମଣିଷ ଙ୍କୁ ଭଲ ପାଉଥିବା ଶ୍ରଦ୍ଧା କରୁଥିବା ଏହି ମଣିଷ ମାନେ ସରଳ ନିରୀହ ଗା ଲୋକ ଙ୍କ ସହ କିଛି ସମୟ ବିତାଇ ବେଶ ଖୁସି ଅନୁଭବ କରିଥିଲେ । ସେହିପରି ଗାଁ ଲୋକ ମାନେ ଅତିଥି ମାନଙ୍କୁ ପାଖରେ ପାଇ ବେସ ଖୁସି ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking