31.1 C
Bhubaneswar
Sunday, May 19, 2024
Homeଓଡିଶା୫୬ ନମ୍ବର ଜିଲ୍ଲା ପରିଷଦ ପଦ ପାଇଁ ଉପ ନିର୍ବାଚନ

୫୬ ନମ୍ବର ଜିଲ୍ଲା ପରିଷଦ ପଦ ପାଇଁ ଉପ ନିର୍ବାଚନ

 ମୟୂରଭଞ୍ଜ(ଘାସିରାମ ବେହେରା) : ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ୫୬ ନଂ ଜୋନ ଜିଲ୍ଲାପରିଷଦ ପଦ ପାଇଁ ଆଜି ଉପନିର୍ବାଚନ। ଏହି ଜୋନରେ ପୂର୍ବରୁ ବିଜେତାଙ୍କ ଦେହାନ୍ତ ପରେ ଅନୁଷ୍ଠିତ ହେଉଛି ଏହି ଉପନିର୍ବାଚନ ।

ମୋଟ ୮ ଟି ପଞ୍ଚାୟତରେ ୧୧୧ଟି ଭୋଟଦାନ କେନ୍ଦ୍ରରେ ଆଜି ସକାଳୁ ଭୋଟ ଗ୍ରହଣ ଚାଲୁଅଛି । ୫ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିବା ବେଳେ ମୋଟ ୩୭ ହଜାର ଭୋଟର ଭୋଟ ଦେବେ । ଆଜି ସକାଳୁ ସମସ୍ତ ବୁଥରେ ସୁରୁଖୁରୁରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ।

ଜାରୀ ସରକାରୀ କୋଭିଡ ନିୟମ ଅନୁସାରେ ଲୋକେ ଧାଡ଼ି କରି ଭୋଟ ଦେଉଥିବା ବେଳେ ସକାଳ ୭ ରୁ ଆରମ୍ଭ ହୋଇ ଦିନ ୧୨ ଯାଏଁ ଏହି ଭୋଟ ଗ୍ରହଣ ଚାଲୁରହିବ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୫୦ ପ୍ରତିଶତ ମତଦାନ ହେଇଥିବାର ସୂଚନା ରହିଛି। ତେବେ କିଛି ବୁଥର ନିଷିଦ୍ଧ ଅଂଚଳରେ ଶାସକ ଦଳର ଦଳୀୟ ପତାକା ବନ୍ଧା ହେଇଥିବାର ଦେଖିବାକୁ ମିଳିଥିବା ବେଳେ ଏହାକୁନେଇ ବେଶ ରୋଚକ ଆଲୋଚନା ଚାଲିଥିବା ଲକ୍ଷ୍ୟ କରାଯାଇଛି। ଅନ୍ୟପଟେ କୁଡୁମିସେନା ପ୍ରାର୍ଥୀ ଶାସକ ବିଜେଡି ବିଜେପି ପାଇଁ ଚିନ୍ତାର କାରଣ ପାଳଟିଥିବା ବେଳେ ବିଜୟକୁ ନେଇ ଶାସନରେ ଥିବା ବିଜେଡି ବେଶ ଆଶାବାଦୀ ରହିଥିବା ଜଣାପଡ଼ିଛି। ତେବେ ଏ ନିର୍ବାଚନ ଉଭୟ ଶାସକ ଦଳ ପାଇଁ ଆଗକୁ ଚିନ୍ତା ବଢାଇବାକୁ ଯାଉଥିବା ସ୍ପଷ୍ଟ ହେଉଛି ଏଇଥିପାଇଁ ଯେ ସାଧାରଣ ବର୍ଗ, ଆଦିବାସୀ, ହରିଜନ ବର୍ଗ ପାଇଁ ନିର୍ବାଚନରେ ସଂରକ୍ଷଣ ରହିଥିବା ସମୟରେ ପଛୁଆ ବର୍ଗ ପାଇଁ ବିଧାନସଭା କିମ୍ବା ଲୋକସଭା ଆସନ ସହିତ କୌଣସି ଚେୟାର ପରସନ ଆସନ ସଂରକ୍ଷିତ ଘୋଷଣା ଆଜିପର୍ଯ୍ୟନ୍ତ ସରକାରୀ ଭାବେ କରାଯାଇନାହିଁ। ଯାହାକୁନେଇ ପଛୁଆ ବର୍ଗ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ସମୟରେ ଅଧିକ ତୀବ୍ର ହେବାର ସମ୍ଭାବନା ସୃଷ୍ଟି କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking