32.1 C
Bhubaneswar
Friday, April 26, 2024
Homeଓଡିଶାକାର୍ଯ୍ୟାଦେଶ ଥାଇ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ

କାର୍ଯ୍ୟାଦେଶ ଥାଇ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ

ଢେଙ୍କାନାଳ : ଆଜିର ଦିନରେ ରହିବା ପାଇଁ ଗୋଟିଏ ଛାତଘର ଜରୁରୀ ଥିବାରୁ ବିଭିନ୍ନ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ଗରୀବ ଲୋକଙ୍କୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ହେବେ ବୋଲି ନିୟମ ରହିଛି । କିନ୍ତୁ ଦୁଃଖର ବିଷୟ କାର୍ଯ୍ୟାଦେଶ ଥାଇ ମଧ୍ୟ ଏହି ଯୋଜନାରୁ ବିଂଚିତ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଲିବୋ ଗ୍ରାମର ଦଳିତ ମହିଳା ଉଲ୍ଲାସୀ ପାତ୍ର । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିବୋ ଗ୍ରାମରେ ବାସ କରୁଛନ୍ତି ଦଳିତ ଉଲ୍ଲାସୀ ପାତ୍ର । ଦୀର୍ଘ ୨୦ ବର୍ଷ ତଳେ ତାଙ୍କ ସ୍ୱାମୀଙ୍କ ନାମ ଉଦୟନାଥ ପାତ୍ରଙ୍କ ନାମରେ ଗୋଟିଏ ଆବାସ ଗୃହ ନିମନ୍ତେ କାର୍ଯ୍ୟାଦେଶ ମିଳିଥିଲା । ସେହି ଅନୁଦାନରୁ ଗୃହ ତିଆରି କରିଥିଲେ । ଘରଟି ପୁରୁଣା ହେବାରୁ ସେହି ଘର ଛାତରୁ ବର୍ଷା ଦିନେ ପାଣି ଗଳୁଛି । ଏନେଇ ସେ ସରପଂଚ ଓ ବିଡିଓଙ୍କୁ ବାରମ୍ବାର ଅଭିଯୋଗ କରିବାରୁ ପୁନର୍ବାର ଉଲ୍ଲାସୀଙ୍କ ନାମରେ ଗୋଟିଏ ଆବାସ ଗୃହ ମିଳିଛି । ଉଲ୍ଲାସୀଙ୍କ କହିବାନୁଯାଇ କିଛି ଦିନ ତଳେ ସରପଂଚ ସନ୍ତୋଷ ଖୁଂଟିଆ ଓ ସଂପାଦକ ଅନୁଧ୍ୟାନରେ ଆସିଥିଲେ । ପୁରୁଣା ଛାତ ଘର ଥିବାରୁ ତାଙ୍କ ନାମରେ ଆସଥିବା ଗୃହଟି ଆଉ ମିଳିପାରିବନି ବୋଲି କହିଛନ୍ତି । ଏ ସଂପର୍କରେ ଅଧିକାରୀଙ୍କ ସହ ଯୋଗାଯୋଗ କରି କହିବୁ ବୋଲି ସରପଂଚ କହିଥିଲେ । ପୁର୍ବରୁ ଗୋଟିଏ ଗୃହ ମିଳିଥିଲେ ମଧ୍ୟ ସେହିଘରୁ ପାଣି ଗଳୁଥିବାରୁ ସେ ରହିବାପାଇଁ କଷ୍ଟକର ହେଉଛି । ତେଣୁ ତାଙ୍କୁ ପୁନର୍ବାର ଗୃହଟିକୁ ପ୍ରଦାନ କରିବା ନିମନ୍ତେ ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking