27.1 C
Bhubaneswar
Tuesday, May 7, 2024
Homeଓଡିଶାକୋଟିଆରେ ଆନ୍ଧ୍ର କରିବ ଜିଲ୍ଲା ପରିଷଦ ଭୋଟ୍‌

କୋଟିଆରେ ଆନ୍ଧ୍ର କରିବ ଜିଲ୍ଲା ପରିଷଦ ଭୋଟ୍‌

କୋରାପୁଟ : ଗତ ଫେବୃଆରୀ ୧୩ରେ ବିବାଦୀୟ କୋଟିଆରେ ଆନ୍ଧ୍ର ସରକାର ପଂଚାୟତ ନିର୍ବାଚନ କରି ଅଦାଲତ ଆଦେଶର ଅବମାନନା କରିଥିବାବେଳେ ବର୍ତମାନ୍ କୋଟିଆରେ ଜିଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରି ଆନ୍ଧ୍ର ପୁଣି ଦାଦାଗିରି ଦେଖାଇବାକୁ ଅପଚେଷ୍ଟା କରିଛି । ଆନ୍ଧ୍ର ପ୍ରଦେଶ ତରଫରୁ ଗତ ଫେବୃଆରୀ ୧୩ରେ ବିବାଦୀୟ କୋଟିଆ ପଂଚାୟତର ତଳଗଞ୍ଜେଇପଦର,ଫାଟୁସିନେରୀ ଏବଂ ଫଗୁଣସିନେରୀରେ ସରପଂଚ ନିର୍ବାଚନ ଆୟୋଜନ କରିଥିଲା । ସେତେବେଳେ ଆନ୍ଧ୍ରର ଏଭଳି ଏକ ପାଖିଆ ନିଷ୍ପତିକୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବିରୋଦ୍ଧ କରିବା ସହ ଜିଲା ପ୍ରଶାସନ ତରଫରୁ କୋରାପୁଟ ଜିଲାପାଳ ସର୍ବୋଚ ନ୍ୟାୟାଳୟରେ ମାମଲା ଦାୟର କରିଥିଲେ ।

ହେଲେ ଆନ୍ଧ୍ର ପ୍ରସାସନ ସେତିକିରେ ଚୁପ୍ ନବସି ପୁଣି ଜିଲା ପରିଷଦ ଓ ସମିତି ସଭ୍ୟ ନିର୍ବାଚନ କରିବାକୁ ଅଂଟା ଭିଡିଛି । ସୂଚନାଯୋଗ୍ୟ, ଆନ୍ଦ୍ର ଏପ୍ରିଲ୍ ୮ରେ ହେବାକୁ ଥିବା ଜିଲା ପରିଷଦ ନିର୍ବାଚନରେ ଫାଟୁ ସିନେରୀ ଓ ଫଗୁଣସିନେରୀ ପଂଚାୟତର ଲୋକେ ତନୋମ୍ ଗାଁରେ ଭୋଟ୍ ଦେବେ ବୋଲି ଜଣା ପଡିଛି । ତଳ ଗଞ୍ଜେଇପଦର ପଂଚାୟତର ଲୋକେ ନେରେଡିବାଲସାରେ ଭୋଟ ଦେବା ଆୟୋଜନ କରା ଯାଇଛି । ଫଗୁଣସିନେରୀ ପଂଚାୟତର ସଲପଗୁଡା,ଏଗୁମାଣ୍ଡାଂଗି,ମହିପାଣି ଓ ଫଗୁଣସିନେରୀ ଗ୍ରାମର ୪୮୯ ଜଣ ମତଦାତା ତିନୋମରେ ଭୋଟ ଦେବାକୁ ଥିବାବେଳେ, ଡୋଳିଆମ୍ବମାଡକାର, କୋନାଦୋରା, ବର୍ଣନାପାଡୁ,ଚିକାପାରୁ, ନିମାଲପାଡୁ,କୋମେଟିବାଲସା, ଡଂକେଲବାଲସା,କତୁରୁ ଓ ଫାଟୁସିନେରା ଗ୍ରାମର ୧୦୨୫ଜଣ ଭୋଟର ମଧ୍ୟ ତିନୋମରେ ଭୋଟ୍ ଦେବେ ବୋଲି ଜଣା ପଡିଛି ।

ସେହିପରି ତଳ ଗଞ୍ଜେଇପଦର ପଂଚାୟତର, ଧୂଳିପଦର, ଦିଗୁସେମ୍ବି, ଏଗୁସେମ୍ବି, କୋଟିଆ,ରଣାସିଂ, ଉପରଗେଇପଦର, ସିମାଗେଡା, ପାନୁକୁଲାଭା, କୁକୁଡିପଦର ଏବଂ ତଳ ଗେଇ ପଦର ଗ୍ରାମର ୧୨୭୨ଜଣ ଭୋଟର ନେରେଡିବାଲସା ଗ୍ରାମରେ ଭୋଟ୍ ଦେବେ । ତେବେ ଆନ୍ଧ୍ରର ନିର୍ବାଚନ ଖବର ପାଇ ଜିଲାପାଳ ଅଦ୍ଦାଲ୍ ଏମ୍ ଅଖତର,ଏସପି ବରୁଣ ଗୁଂଟୁପାଲ୍ଲି, ପଟ୍ଟାଙ୍ଗି ବିଡିଓ ମନଲିଷା ଦେବତା ପ୍ରମୁଖ କୋଟିଆ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking