39.1 C
Bhubaneswar
Friday, April 26, 2024
Homeଓଡିଶାଢେଙ୍କାନାଳରେ କରୋନା ସ୍ଥିତି ସମୀକ୍ଷା ବୈଠକ

ଢେଙ୍କାନାଳରେ କରୋନା ସ୍ଥିତି ସମୀକ୍ଷା ବୈଠକ

ଢେଙ୍କାନାଳ : ରାଜ୍ୟରେ ଅହେତୁକ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଜିଳ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟସ୍ଥିତ ସଦ୍‌୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଂପ୍ରତି ରାଜ୍ୟ ତଥା ଜିଲ୍ଲାଗୁଡିକରେ କରୋନା ସଂକ୍ରମଣ କିପରି ଭାବେ ରୋକା ଯାଇପାରିବ ସେନେଇ ସମସ୍ତ ସରକାରୀ କର୍ମଚାରୀମାନେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରିବାକୁ ନିଜର ଗୁରୁଦାୟିତ୍ୱ ବୋଲି ପରାମର୍ଶ ଦେଇଛନ୍ତି ।

ଜିଲ୍ଲା ମଧ୍ୟରେ ଅବସ୍ଥାପିତ ହୋଇଥିବା ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ବଡ ବଡ ସପିଙ୍ଗ୍ ମଲ୍ ଗୁଡିକରେ ସମସ୍ତ କାର୍ଯ୍ୟରତ କର୍ମଚାରୀମାନେ ମାସ୍କ ପରିଧାନ କରିବା, ସାମାଜିକ ଦୁରତା ରକ୍ଷା କରିବା, ସ୍କ୍ରିନିଂ ଟେଷ୍ଟ, ସାନିଟାଇଜର ଏବଂ ନିୟମିତ ସାବୁନରେ ହାତ ଧୋଇବା ପ୍ରତି ଯତ୍ନଶିଳ ହେବା ଏବଂ କୋଭିଡ ଟିକା ନେବାକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣ ସେମାନଙ୍କର କୈଣସି ଅଭିଯୋଗ ନେଇ ଆସିଲେ ଅଯଥା ଗହଳି ନକରି ଅଭିଯୋଗ ବକ୍ସରେ ପକାଇବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଗ୍ରାମାଂଚଳରେ ଗାଁ କଲ୍ୟାଣ ସମିତି ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା, ବଜାର, ହାଟ, ବ୍ୟବସାୟ ପ୍ରତିଷ୍ଠାନ ସର୍ବସାଧାରଣ ଗହଳିସ୍ଥାନ ଗୁଡିକରେ କୋଭିଡ୍ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ତଥା ଜିଲ୍ଲା ବାହାରୁ ଆସୁଥିବା ବ୍ୟକ୍ତିକୁ ଚିହ୍ନଟ କରି ସଂଗରୋଧରେ ରଖିବାର ବ୍ୟବସ୍ଥା ରହିଛି । ବିଭିନ୍ନ ପର୍ବଗୁଡିକରେ କେବଳ ରୀତିନୀତିରେ ପୁଜା କରାଯିବ । ବିଭିନ୍ନ ବିଭାଗକୁ ଆସୁଥିବା ଅଭିଯୋଗ ଗୁଡିକୁ ତୁରନ୍ତ ସମାଧାନ କରିବା ନେଇ ଜିଲ୍ଲା ସମସ୍ତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking