40.1 C
Bhubaneswar
Friday, May 3, 2024
Homeଓଡିଶା୨୬ରୁ ମେ ଦୁଇ ଯାଏଁ ପୁଣି ନିଆଁ ବର୍ଷା

୨୬ରୁ ମେ ଦୁଇ ଯାଏଁ ପୁଣି ନିଆଁ ବର୍ଷା

ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ସାରା ରାଜ୍ୟ । ତେବେ ୨୧ ଏବଂ ୨୨ ତାରିଖ ବେଳକ ସାମୟିକ ଆଶ୍ବସ୍ତି ଆଣିପାରେ କାଳବୈଶାଖୀ ବର୍ଷା । ୨୬ ରୁ ମେ ଦୁଇ ଯାଏଁ ପୁଣି ନିଆଁ ବର୍ଷା । ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ମୟୁଭରଞ୍ଜ, ସୁନ୍ଦରଗଡ, ଅନୁଗୁଳ, ନୟାଗଡ, ଝାରସୁଗୁଡା, ବୌଦ୍ଧ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଦେବଗଡ, ସମ୍ବଲପୁର, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୪୨ ରୁ ୪୬ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହୋଇପାରେ । ସିଭିୟର ହିଟ୍ଓ୍ବେଭ୍ ଆଲର୍ଟ ପରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ୟ୍ୟନ୍ତ ଶିଶୁ, ବୟସ୍କ, ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking