28.1 C
Bhubaneswar
Saturday, April 27, 2024
Homeଓଡିଶାବଜରଙ୍ଗ କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର

ବଜରଙ୍ଗ କ୍ଲବ୍ ପକ୍ଷରୁ ରକ୍ତଦାନ ଶିବିର

ଢେଙ୍କାନାଳ : ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍‌, ବନମାଳିପ୍ରସାଦ ଶାଖା ତରଫରୁ ଏହାର ୨ୟ ରକ୍ତଦାନ ଶିବିର ସ୍ଥାନୀୟ ବନମାଳିପ୍ରସାଦ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ବଜରଙ୍ଗ କ୍ଲବ୍ ଦ୍ୱାରା ଆୟୋଜିତ ହୋଇଥିବା ଏହି ଶିବିରରେ ୧୦୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ଏହି ଶିବିର ସକାଳ ୯ ଘଟିକା ଠାରୁ ଆରମ୍ଭ ହୋଇ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସୁଜାତାରାଣୀ ମିଶ୍ର ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଗ୍ରାମ ସଭାପତି ଗୁରୁବାରୀ ପ୍ରଧାନ, ଗ୍ରାମର ସଚ୍ଚିଦାନନ୍ଦ ସାହୁ, ପ୍ରତାପ ଖଟୁଆ, କୁମର ସାହୁ, ଲୋକନାଥ ରାଉତ ପ୍ରମୁଖ ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍ ସଭାପତି ସର୍ବଜିତ୍ ବିଶ୍ୱାଳ, ଉପସଭାପତି ରାକେଶ ରାଉତ, ସଂପାଦକ ପ୍ରୀତିରଞ୍ଜନ ବାରିକ୍‌, ସହ-ସମ୍ପାଦକ ଦେବପ୍ରସାଦ ଦାସ, ବିକ୍ରମ ରାଉତ, କୋଷାଧ୍ୟକ୍ଷ ଅରବିନ୍ଦ ସାହୁ, ସଭ୍ୟ ଅନିଲ୍ ବିଶ୍ୱାଳ, ସନ୍ତୋଷ ସାହୁ, ଶ୍ରୀକାନ୍ତ ରାଉତ, ବିଶ୍ୱଜିତ୍ ସାହୁ, ସେନଲ୍ ସଞ୍ଜିତ୍ ରାଉତ, ସମରେନ୍ଦ୍ର ବିଶ୍ୱାଳ, ସନ୍ତୋଷ ବେହେରା, ବିନ୍ଦୁ ସାଗର ରାଉତ, ରାଘବେନ୍ଦ୍ର ଭୂଷଣ୍ଡ, ପ୍ରଶାନ୍ତ ସାହୁ ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ରକ୍ତଭଣ୍ଡାର ଅଧିକାରୀ ଡ. ଜୟନାରାୟଣ ପାଢୀ, ଲାବୋରଟୋରୀ ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା ଓ ଭୀମସେନ ବେହେରା, କର୍ମଚାରୀ ସୌଭାଗ୍ୟ ମିଶ୍ର, ରୋହିତ ବେହେରା, ଅଜୟ ସ୍ୱାଇଁ, ପିଣ୍ଟୁ ଜେନା ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଏହି ରକ୍ତଦାନ ଶିବିର ଆଗକୁ ଚାଲୁ ରହିବ ବୋଲି କ୍ଲବ୍ ତରଫରୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking