ଲେଖକ ସଂସଦର ୪୧ତମ ବାର୍ଷିକ ଉତ୍ସବ ଓ ସମାବେଶ ପାଳିତ

ଢେଙ୍କାନାଳ : ଭାବ ଓ ବିଚାରର ସୈାନ୍ଦର୍ଯ୍ୟପୁର୍ଣ୍ଣ ଅଭିବ୍ୟକ୍ତି ହେଉଛି ସାହିତ୍ୟ । ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ୪୧ତମ ବାର୍ଷିକ ଉତ୍ସବ ଓ ଲେଖକ ସମାବେଶ ଅନୁଷ୍ଠିତ ହୋଇଯାଇଅଛି । ପ୍ରାଧ୍ୟାପକ ଶ୍ରୀଯୁକ୍ତ ଧନେଶ୍ୱର ସାହୁ ଆନୁଷ୍ଠାନିକ ଭାବେ ପ୍ରଥମିକ ଅଧିବେଶନ କବିତା ପାଠ ଉଦ୍‌ଘାଟନ କରିଥିବାବେଳେ ସଂସଦର ଉପସଭାପତି ସାରଙ୍ଗଧର ମିଶ୍ରଙ୍କ ସଭାପତିତ୍ୱ ଏବଂ କବି ମନୋଜ ମଞ୍ଜରୀ ନନ୍ଦ ଓ ନିହାରବାଳା ରାଉତ ସଂଯୋଜନାରେ ମନୋଜ୍ଞ କବିତା ପାଠ କରାଯାଇଥିଲା ।

ଜିଳ୍ଲା ଲେଖକ ସଂସଦର ସଭାପତି ଶ୍ରୀଯୁକ୍ତ ଭିକାରୀ ଚରଣ ରାଉତଙ୍କ ସଭାପତିତ୍ୱରେ ଉଦ୍‌ଘାଟକ ଭାବେ ନ୍ୟାୟମୂର୍ତି ରଘୁବୀର ଦାସ ମାନ୍ୟବର ସଦସ୍ୟ, ଓଡିଶା ମାନବିକ ଅଧିକାର କମିଶନ ସଭ୍ୟ ଓ ବିଶିଷ୍ଠ ଅତିଥି ଭାବେ ଆଇଏଏସ୍ ନିର୍ଦ୍ଦେଶକ ସଂସ୍କୃତି ବିଭାଗ ଓଡିଶା ସରକାର ମୁଖ୍ୟ ଅତିଥି ଭାବେ ଡ. ଶିବପ୍ରସାଦ ଅଧିକାରୀ ପ୍ରାକ୍ତନ କୁଳପତି ଫକୀରମୋହନ ବିଶ୍ୱ ବିଦ୍ୟାଳୟ ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ଶ୍ରୀ ପ୍ରସାଦ ମହାନ୍ତି ଯୋଗଦେଇ ଭାଷା ସାହିତ୍ୟ କିପରି ଭୌଗଳିକ ମାନଚିତ୍ରକୁ ପ୍ରଭାବିତ କରେ ଏବଂ ମଣିଷର ଭାବ ବିଚାରର ସୌନ୍ଦର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ସାହିତ୍ୟ ବୋଲି ମତବ୍ୟକ୍ତ କରିଥିଲେ । କବି କିପରି ନିଜେ ଜଳି ସମାଜକୁ ଆଲୋକିତ କରେ ଓ କିପରି କଥିତ ଭାଷାରେ ଭାଷା ବଂଚେ ଓ କଥିତ ଭାଷା ନଥିଲେ ତାହା ଜୀବନର ଭାଷା କହିପାରେ ନାହିଁ ତା’ର ଉଦାହରଣ ଦେଇ ବୁଝାଇଥିଲେ ।

ପ୍ରଥମେ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି ସଭାର ଉଦ୍‌ଘାଟନ କରିଥିଲେ । ବିପିନି ବିହାରୀ ଶତପଥୀ ଶ୍ଲୋକା-ବୃତି କରିଥିବାବେଳେ ହୃଦାନନ୍ଦ ଦ୍ୱିବେଦୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମରେ ଦିଂବଗତ କବିମାନଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସଂସଦର ସଂପାଦକ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ସପ୍ତାରଣ୍ୟ ବାର୍ଷିକ ପତ୍ରିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ କାଳନ୍ଦୀ ଚରଣ ସାହୁଙ୍କର ରଚିତ ନାଟକ “”ଓଡଶ” ଓ କବି ନୃସିଂହ ଚରଣ ମହାନ୍ତିଙ୍କ ଗଳ୍ପ ପୁସ୍ତକ “”ଇତର ଦେବତା” ଉନ୍ମୋଚିତ ହୋଇଥିଲା । ୪୧ବର୍ଷର ବାର୍ଷିକ ଉତ୍ସବରେ କବି ଚକ୍ରବର୍ତୀ ବ୍ରଜନାଥ ବଡଜେନା ସାରସ୍ୱତ ସମ୍ମାନ କବି ରଞ୍ଜନ କୁମାର ଦାସଙ୍କୁ ପ୍ରଦାନ କରାଯାଇଥିଲା ।

କବି ଗାଳ୍ପିକ ପ୍ରସାଦ ମହାନ୍ତିଙ୍କୁ ଶ୍ରୀଧର ସ୍ୱାମୀ ସମ୍ମାନ, ରାଜ୍ୟସ୍ତରୀୟ ଶ୍ରେଷ୍ଠ ଆଇନ୍‌ଜ୍ଞ ଅଦ୍ୱୈତ ଚରଣ ଦାସ ସ୍ମୃତି ସମ୍ମାନ ନ୍ୟାୟମୂର୍ତି ରଘୁବୀର ଦାଶ ଓ ରାଜ୍ୟସ୍ତରୀୟ ସଚ୍ଚିଦାନନ୍ଦ ସାହିତ୍ୟ ଗୌରବ ସମ୍ମାନ କବି ଭିକାରୀ ଚରଣ ଚୌଧୁରୀ, ଶାଣ୍ଡିଲ୍ୟ ବସନ୍ତ ଶିକ୍ଷାସେବା, ସମ୍ମାନ ତ୍ରିଲୋଚନ ମହାରଣା ଓ ଜାହ୍ନବୀ ରାୟ ସ୍ମୃତି ସାହିତ୍ୟ ସମ୍ମାନ, ଅଧ୍ୟାପକ ଗୋଲକ ନାୟକଙ୍କୁ ପ୍ରଦାନ କରାଯାଇଥିଲା । ସାହିତ୍ୟ ଏକାଡେମୀ ସଦସ୍ୟା ଓ ପୁଷ୍ପାରଥଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଅପରାହ୍ନ ଅଧିବେଶନରେ ଗୋଲକ ନାୟକଙ୍କ ସଭାପତିତ୍ୱରେ ସୁକାନ୍ତି ସାହୁ ଓ ପ୍ରଭାତି ମହାପାତ୍ରଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ କରାଯାଇଥିଲା । ପରିଶେଷରେ ଦିପ୍ତୀମୟୀ ଲେଙ୍କା ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା ।

LEAVE A REPLY

Please enter your comment!
Please enter your name here