29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଯୋଗ ଶିବିର ପାଇଁ ପତଞ୍ଜଳିକୁ ଦେବାକୁ ପଡିବ ସେବା ଟିକସ

ଯୋଗ ଶିବିର ପାଇଁ ପତଞ୍ଜଳିକୁ ଦେବାକୁ ପଡିବ ସେବା ଟିକସ

ନୂଆଦିଲ୍ଲୀ: ଯୋଗ ଗୁରୁ ସ୍ବାମୀ ରାମଦେବଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଉ ଏକ ବଡ଼ ଝଟକା ଲାଗିଛି। କାରଣ ତାଙ୍କର ଯୋଗ ଶିବିର ପାଇଁ ବର୍ତ୍ତମାନ ସେବା ଟିକସ ଦେବାକୁ ପଡ଼ିବ। ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି।

ଟ୍ରିବ୍ୟୁନାଲର ନିଷ୍ପତ୍ତି ଅନୁଯାୟୀ ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ଦେବାକୁ ପଡିବ।

ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ ରାମଦେବଙ୍କ ଯୋଗ ଶିବିର ପାଇଁ ପ୍ରବେଶ ଶୁଳ୍କ ଆଦାୟ କରିଥାନ୍ତି। ଜଷ୍ଟିସ ଓକ ଏବଂ ଜଷ୍ଟିସ ଭୂୟାଁଙ୍କ ବେଞ୍ଚ ରାୟରେ କହିଛନ୍ତି ଯେ ସେବା କର ଆପିଲ ଟ୍ରିବ୍ୟୁନାଲ ଠିକ ନିଷ୍ପତ୍ତି ନେଇଛନ୍ତି। ଏକ ପ୍ରବେଶ ଶୁଳ୍କ ଚାର୍ଜ କରିବା ପରେ ଯୋଗ ଶିବିରରେ ପ୍ରଦାନ କରାଯାଇଥିବା କାର୍ଯ୍ୟ ହେଉଛି ଏକ ସେବା । ଟ୍ରିବ୍ୟୁନାଲର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଆମେ ଦେଖୁନାହୁଁ ବୋଲି ବେଞ୍ଚ୍ କହିଛନ୍ତି। ତେଣୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking