32.1 C
Bhubaneswar
Friday, April 26, 2024
HomeUncategorized୧୯୭୦ ବ୍ୟାଚ୍ ପକ୍ଷରୁ ସବୁର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ

୧୯୭୦ ବ୍ୟାଚ୍ ପକ୍ଷରୁ ସବୁର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ୧୯୭୦ବ୍ୟାଚ ପୁରାତନ ଛାତ୍ରମାନଙ୍କର ସୁବର୍ଣ୍ଣ ଜୟନ୍ତୀ ବନ୍ଧୁମିଳନ କାର୍ଯ୍ୟକ୍ରମ ଗଜମରାସ୍ଥିତ ଶ୍ରୀକାନ୍ତ ମିଶ୍ରଙ୍କ ଫାର୍ମ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ୨୦୨୦ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ କୋଭିଡ୍‌-୧୯ଯୋଗୁଁ ବିଳମ୍ବରେ ତାଥା କୋଭିଡ୍ କଟକଣା ଭିତରେ ସୀମିତ ସଂଖ୍ୟକ ତଥା ସେମାନଙ୍କ ପରିବାରବର୍ଗଙ୍କ ଗହଣରେ ଆୟୋଜନ କରାଯାଇଥିଲା । ଏଥିରେ ବିଦ୍ୟାଳୟର ତତ୍କାଳୀନ ଶିକ୍ଷକମାନଙ୍କ ମଧ୍ୟରୁ ୩ଜଣ, ସର୍ବଶ୍ରୀ ପ୍ରମୋଦ ମହାପାତ୍ର, ମାୟାଧର ମିଶ୍ର ଓ ନନ୍ଦ କିଶୋର ଶତପଥି ଛାତ୍ରଛାତ୍ରୀଙ୍କ ନିମନ୍ତ୍ରଣ ରକ୍ଷାକରି ଉତ୍ସବରେ ଉପସ୍ଥିତ ଥିଲେ । ପୁରାତନ ଶିକ୍ଷକମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ଛାତ୍ରଛାତ୍ରୀମାନେ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ବ୍ୟାଚର ଦିବଂଗତ ପ୍ରାୟ ୧୫ଜଣ ଛାତ୍ରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ସେମାନଙ୍କ ସଂପର୍କରେ ସ୍ମୃତିଚାରଣ କରାଯାଇଥିଲା । ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସହ ଅତୀତର ସ୍ମୃତିଚାରଣ ମଧ୍ୟରେ ଏକ ଭାବାବେଗ ପରିବେଶ ସୃଷ୍ଟି ହୋଇଥିଲା । ସମସ୍ତେ ସମୂହ ଭାବେ ନିଜ ନିଜର ପ୍ରିୟ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଦୁଇଜଣ ଶିକ୍ଷକ କାଶିନାଥ ମିଶ୍ର ଓ ଅନ୍ତର୍ଯ୍ୟାମୀ ତ୍ରିପାଠୀଙ୍କ ବାସଭବନକୁ ଯାଇ ଛାତ୍ରଛାତ୍ରୀମାନେ ସେମାନଙ୍କୁ ସମ୍ମାନିତ କରିଥିବା ଖବର ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking