40.1 C
Bhubaneswar
Friday, May 3, 2024
Homeଦେଶ ବିଦେଶକଲେଜ କ୍ୟାମ୍ପସ ଭିତରେ କଂଗ୍ରେସ କର୍ପୋରେଟରଙ୍କ ଝିଅଙ୍କୁ ହତ୍ୟା

କଲେଜ କ୍ୟାମ୍ପସ ଭିତରେ କଂଗ୍ରେସ କର୍ପୋରେଟରଙ୍କ ଝିଅଙ୍କୁ ହତ୍ୟା

ବେଙ୍ଗାଲୁର : କର୍ଣ୍ଣାଟକର ହୁବଲି ଅଞ୍ଚଳରେ ଏକ ତରଫା ପ୍ରେମର ଏକ କରୁଣ ପରିଣତିଜନିତ ଘଟଣା ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ସ୍ଥାନୀୟ କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରମାଥ୍‌ଙ୍କ ଝିଅ ନେହା ହିରମାଥ୍‌ଙ୍କୁ ଏକତରଫା ପ୍ରେମ କରୁଥିବା ଜଣେ ଯୁବକ ଆଜି ପ୍ରେମରେ ବିଫଳ ହେବା ପରେ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଛି । ଏମ୍‌ସିଏ ପଢ଼ୁଥିବା କର୍ପୋରେଟରଙ୍କ ଝିଅଙ୍କୁ ଯୁବକଜଣକ ଛୁରୀ ଭୁଶି ହତ୍ୟା କରିଥିବା ଜଣାପଡିଛି । କଂଗ୍ରେସ କର୍ପୋରେଟରଙ୍କ ଝିଅ କଲେଜ୍‌ରେ ଥିବା ବେଳେ ଅଭିଯୁକ୍ତଯୁବକ ଜଣକ ତାଙ୍କୁ ହତ୍ୟା କରିଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ହତ୍ୟାକାରୀର ନାମ ଫୟାଜ ବୋଲି ଚିହ୍ନଟ ହୋଇଥିବା ବେଳେ ପୁଲିସ୍ ତା’କୁ ଗିରଫ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ନେହା ହିରମାଥ୍‌, ଏଠାରେ ଥିବା ବିଭିବି ମ୍ୟାନେଜମେଣ୍ଟ୍ କଲେଜ୍‌ରେ ପ୍ରଥମ ବର୍ଷର ଏମ୍‌ସିଏ ଛାତ୍ରୀ ଥିଲେ । ତେବେ ଏହି କଲେଜରେ ଫୟାଜ୍ ବି ପଢ଼ୁଥିଲା । ବେଶ୍ କିଛି ଦିନ ଧରି ଫୟାଜ, ନେହାଙ୍କ ପିଛା କରୁଥିଲା ଏବଂ ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖୁଥିଲା । ନିକଟରେ ଫୟାଜ ନେହାଙ୍କୁ, ଭଲପାଉଥିବା ଏବଂ ବିବାହ କରିବାକୁ ଚାହୁଁଥିବା ନେଇ କହିଥିଲା । କିନ୍ତୁ ନେହା ଫୟାଜ୍‌ଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ଅପମାନିତ ମଧ୍ୟ କରିଥିଲେ । ଫଳରେ ଅପମାନର ପ୍ରତିଶୋଧ ନେବା ପାଇଁ ଫୟାଜ୍‌, ଆଜି କଲେଜ କ୍ୟାମ୍ପସ୍‌କୁ ଆସିଥିଲା ଏବଂ ନେହାଙ୍କୁ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କଲେଜ କର୍ତ୍ତୃପକ୍ଷ ତୁରନ୍ତ ନେହାଙ୍କୁ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ହୁବଲିରୁ ଫୟାଜକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking