33.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଶିଶୁ ହତ୍ୟାକାରୀ ମହିଳାକୁ ମୃତ୍ୟୁଦଣ୍ଡ; ଈର୍ଷାନ୍ୱିତ ହୋଇ ଶିଶୁକନ୍ୟାକୁ ଜୀବାବସ୍ଥାରେ ପୋତି ଦେଇଥିଲା

ଶିଶୁ ହତ୍ୟାକାରୀ ମହିଳାକୁ ମୃତ୍ୟୁଦଣ୍ଡ; ଈର୍ଷାନ୍ୱିତ ହୋଇ ଶିଶୁକନ୍ୟାକୁ ଜୀବାବସ୍ଥାରେ ପୋତି ଦେଇଥିଲା

ଚଣ୍ଡିଗଡ: ଦିଲ୍‌ରୋଜ୍ କୌର ନାମ୍ନୀ ଏକ ୨ ବର୍ଷର ଶିଶୁକନ୍ୟାକୁ ଅପହରଣ ଏବଂ ବାଲିରେ ପୋତି ହତ୍ୟା କରିବା ଘଟଣାରେ ପଞ୍ଜାବର ଲୁଧିଆନା ସ୍ଥିତ ଏକ କୋର୍ଟ ଜଣେ ମହିଳାଙ୍କୁ ମୃତ୍ୟୁଦଣ୍ଡ ପ୍ରଦାନ କରିଛନ୍ତି । ନିମ୍ନ ଅଦାଲତରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ବିଚାରପତି ଜଷ୍ଟିସ୍ ମୁନୀଷ ସିଂଘଲ୍ ଗୁରୁବାର ନିଜ ରାୟ ଶୁଣାଇଛନ୍ତି । ଜଷ୍ଟିସ୍ ସିଂଘଲ ନିଜ ରାୟରେ କହିଥିଲେ, ଉଭୟ ପକ୍ଷର ଦଲିଲ୍ ତଥା ଯୁକ୍ତି ଓ କୋର୍ଟରେ ଦାଖଲ କରାଯାଇଥିବା ତଦନ୍ତଗତ ସମସ୍ତ ପ୍ରମାଣକୁ ଦୃଷ୍ଟିରେ ରଖି ଅଭିଯୁକ୍ତ ନିଲମ୍‌ଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଉଛି । ନିଲମ୍ ପାଶବିକତାର ସମସ୍ତ ସୀମା ଅତିକ୍ରମ କରିବା ପୂର୍ବକ ୨ ବର୍ଷ ୯ମାସର ଶିଶୁକନ୍ୟା ଦିଲ୍‌ରୋଜ୍ କୌରଙ୍କୁ ଅତ୍ୟନ୍ତ ବର୍ବୋରୋଚିତ ଭାବେ ହତ୍ୟା କରିଛି । ଏପ୍ରକାର ଅମାନବୀୟ ଅପରାଧ ଘଟଣାରେ ଦୋଷୀଙ୍କ ପ୍ରତି ଆଇନ ମଧ୍ୟ କୋହଳ ମନୋଭାବ ପୋଷଣ କରିବା ଉଚିତ୍ ନୁହେଁ । ଏପ୍ରକାର ବ୍ୟକ୍ତି ସମାଜ ପାଇଁ କ୍ଷତିକାରକ । ଯେଉଁ ବୟସରେ ଶିଶୁ ମୃତ୍ୟୁ କ’ଣ ଜୀବନ କ’ଣ ଜାଣିନଥାଏ ସେମାନଙ୍କ ସହ ଏପ୍ରକାର ଅପରାଧ ଅତ୍ୟନ୍ତ ଅମାନୁଷିକ ବ୍ୟବହାର ବୋଲି ବିବେଚନା କରାଯାଏ ।
ପ୍ରକାଶ, ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ମହିଳାର ନାମ ନିଲମ୍ (୩୩ ବର୍ଷ) ଏବଂ ସେ ନଭେମ୍ବର ୨୦୨୧ରେ ଘର ବାହାରେ ଖେଳୁଥିବା ଶିଶୁକନ୍ୟାକୁ ଅପହରଣ କରିନେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଗତ ଅଢ଼େଇ ବର୍ଷ ମଧ୍ୟରେ ଶିଶୁକନ୍ୟାର ପରିବାର ଲୋକେ, ନିଲମ୍ ବିରୋଧରେ ଆଇନଗତ ଲଢ଼େଇ ଲଢ଼ି ଆସୁଥିବା ବେଳେ ଶେଷରେ ସେମାନଙ୍କୁ ଏବଂ ତାଙ୍କ ମୃତ ଝିଅକୁ ନ୍ୟାୟ ମିଳିଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ସୂଚନାଯୋଗ୍ୟ, ତଦନ୍ତ ସମୟରେ ନିଲମ୍‌, ଦିଲ୍‌ରୋଜ୍ କୌରଙ୍କୁ ଜୀବନ୍ତ ଭାବେ ମାଟିରେ ପୋତିଦେଇଥିବା ସ୍ୱୀକାର କରିଥିଲା । ପ୍ରଥମେ ପ୍ରଥମେ ନିଜ ଅପରାଧକୁ ଲୁଚାଇବା ପାଇଁ ନିଲମ୍‌, ଏହି ଘଟଣାରେ ତା’ର ସମ୍ପୃକ୍ତି ନାହିଁ ବୋଲି ଦର୍ଶାଇବା ପାଇଁ ବହୁ ଚେଷ୍ଟା କରିଥିଲା । କିନ୍ତୁ୍ ସେ ଦିଲ୍‌ଜିତ୍ କୌରକୁ ଘଟଣା ଦିନ ନିଜ ସ୍କୁଟିରେ ନେଇ ପଳାଇଯାଉଥିବାର ପ୍ରମାଣ ମିଳିଥିଲା । ଏହାକୁ ଭିତ୍ତି କରି ଯେତେବେଳେ ଲୁଧିଆନା ପୁଲିସ୍ ଜୋରଜବରଦସ୍ତି ଭାବେ ଜେରା କରିବା ଆରମ୍ଭ କରିଥିଲେ ସେତେବେଳେ ନିଲମ୍ ସବୁକିଛି ସ୍ୱୀକାର କରିନେଇଥିଲା । ନିଲମ୍ କହିଥିଲା ଯେ, ସେ ଶିଶୁ ଦିଲ୍‌ଜିତ୍ କୌରର ପରିବାରରେ ହସଖୁସିକୁ ଦେଖି ଈର୍ଷା ପରାୟଣ ହୋଇପଡୁଥିଲା । ସେ ନିଜେ ଛାଡପତ୍ର ପାଇଥିବା ବେଳେ ଏବଂ ୨ ପିଲାଙ୍କୁ ଧରି ଦୁଃଖ କଷ୍ଟରେ ଚଳୁଥିବା ବେଳେ ପଡୋଶୀ ଘରର ଖୁସିକୁ ସେ ବରଦାସ୍ତ କରିପାରୁନଥିଲା । ଏହି କାରଣରୁ ସେ ଶିଶୁକନ୍ୟାକୁ ହତ୍ୟା କରିବାକୁ ଯୋଜନା କରିଥିଲା । ନିଜ ସ୍କୁଟିରେ ସେ ୧୨/୧୩ କିମି ଦୂରରେ ଥିବା ଏକ ବାଲି ଅଞ୍ଚଳକୁ ନେଇଯାଇଥିଲା ଏବଂ ସେଠାରେ ଗାତ ଖୋଳି ଜୀବନ୍ତ ଅବସ୍ଥାରେ ଦିଲ୍‌ଜିତ୍ କୌର୍‌କୁ ପୋତି ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking