32.1 C
Bhubaneswar
Monday, May 11, 2026
Homeଓଡିଶାଜିଲ୍ଲା ଆଇନ ସେବା ପ୍ରାଧୁକରଣ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର

ଜିଲ୍ଲା ଆଇନ ସେବା ପ୍ରାଧୁକରଣ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର

ଯାଜପୁର: ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୃତରଂଜନ ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସ୍ୱେଛାକୃତ ରକ୍ତଦାନ ଶିବିର ସିଭିଲ କୋର୍ଟ, ଯାଜପୁରର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମାନ୍ୟବର ଜିଲ୍ଲା ଜଜ୍ ଉଦଘାଟନ କରିଥିଲେ । ଏହି ସ୍ଵାସ୍ଥ୍ୟ ପରୀକ୍ଷା ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଯାଜପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡଃ ବିଜୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ର ବିଭିନ୍ନ ବିଭାଗର ଟିକିତ୍ସକ ଏବଂ ଓଡ଼ିଶା ରକ୍ତ ସଂଗ୍ରହକେନ୍ଦ୍ର, ଯାଜପୁର ଚିକିତ୍ସାଳୟ ଶାଖାର ଚିକିତ୍ସକ ଏବଂ କର୍ମକର୍ତ୍ତା ମାନଙ୍କ ମିଳିତ ସ‌ହ‌ଯୋଗରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱେଛାକୃତ ରକ୍ତଦାନ ଶିବିରରେ ଯାଜପୁର ର ବିଭିନ୍ନ କୋର୍ଟର ବିଚାରପତି, କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର, କର୍ମଚାରୀ, ବିଭିନ୍ନ ବାର ଆସସିଏସନର ସଦସ୍ୟ, ଜିଲ୍ଲା କାରାଗାରର କର୍ମଚାରୀ, ପାରାଲିଗାଲ ସ୍ୱେଛାସେବୀ ଓ ସଚେତନ ନାଗରିକମାନେ ନିଜର ବହୁମୂଲ୍ୟରକ୍ତ ଦାନ କରିଥିଲେ ।

ଏହି ଶିବିରରେ ମୋଟ ୩୪ ଜଣ ତାଙ୍କର ବହୁମଲ୍ୟ ରକ୍ତ ଦାନ କରିଥିଲେ ଏବଂ ମୋଟ ୩୫ଜଣ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯାଜପୁର କୋର୍ଟର ବିଚାରପତିମାନେ, ବିଭିନ୍ନ ଓକିଲ ସଂଘର ସଭାପତି ଏବଂ ସମ୍ପାଦକ, ସ୍ୱେଛାସେବୀ ମାନେ ଉପସ୍ଥିତ ଗହି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବିଷେଶକରି ଏହି ଶିବିରର ସଫଳତା ପାଇଁ ଯାଜପୁର ଜିଲ୍ଲାର ଡ଼ିଷ୍ଟ୍ରିକ୍‌ ଲୟର ଆସେସିଏସନସର ସଭାପତି ଶ୍ରୀ ପ୍ରତାପ କୁମାର ରାୟ, ସଦସ୍ୟ ଶ୍ରୀ ରାଜୀବ କୁମାର ମହାନ୍ତିଙ୍କ ବହୁ ସହଯୋଗ ରହିଥିଲା । ଏହି ଶିବିରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଲିପା ମହାନ୍ତି ଏବଂ ସିଭିଲକୋର୍ଟର ରେଜିଷ୍ଟ୍ରାର ଶ୍ରୀ ମାନସରଂଜନ ସାମନ୍ତରାୟ ପରିଚାଳନା କରିବା ସହିତ ରକ୍ତଦାନ କରିଥିବା ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ମାନଙ୍କ ସହ ପାରାଲିଗାଲ ସ୍ୱେଛାସେବୀମାନେ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking