28.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରେମ ବିବାହକୁ ବିରୋଧ କରି ତୁମୁଳକାଣ୍ଡ, ପୁଅଘରେ ପଶି ଝିଅଘର ଲୋକଙ୍କ ଆକ୍ରମଣ

ପ୍ରେମ ବିବାହକୁ ବିରୋଧ କରି ତୁମୁଳକାଣ୍ଡ, ପୁଅଘରେ ପଶି ଝିଅଘର ଲୋକଙ୍କ ଆକ୍ରମଣ

ଢେଙ୍କାନାଳ : ନୀଚଜାତିର ପୁଅକୁ ପ୍ରେମ ବିବାହ କରିବା ନେଇ ଝିଅଘର ଲୋକ ଗତକାଲି  ବିଳମ୍ବିତ ରାତିରେ ପୁଅ ଘରେ ପଶି ପ୍ରେମୀ ଯୁୁଗଳଙ୍କୁ ମାରିଦେବାକୁ ଉଦ୍ୟମ କରିଛନ୍ତି । ତେବେ ଗ୍ରାମବାସୀ ଆସିଯିବାରୁ ଆକ୍ରମଣକାରୀମାନେ ଖସି ପଳାଇଥିବା ବେଳେ ଏକ ବନ୍ଧୁକ ଘଟଣା ସ୍ଥଳରେ ଛାଡ଼ି ଚାଲିଯାଇଛନ୍ତି । ଏହି ଆକ୍ରମଣରେ ପ୍ରେମୀ ଯୁଗଳଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟରେ ଚିକତ୍ସାଧୀନ ଅଛନ୍ତି ।  ଏଭଳି  ଘଟଣା ଦେଖିବାକୁ  ମିଳିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ  ତରଭା  ଗ୍ରାମର ନିମତଇଳାରେ । ଆହତମାନେ ହେଲେ ତରଭା ଗ୍ରାମର ଦେବେନ୍ଦ୍ର ସେଠୀ,  ପତ୍ନୀ ପ୍ରଜ୍ଞାପାରମିତା, ଦେବେନ୍ଦ୍ରଙ୍କ ବାପା ପ୍ରମୋଦ  ସେଠୀ, ଦେବେନ୍ଦ୍ରଙ୍କ ଦାଦାପୁଅ ଭାଇ ଶ୍ରୀକାନ୍ତ ଓ  ଶ୍ରୀଧର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ,  କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଅଲରା ଗ୍ରାମର ବିଜୟ ନାୟକଙ୍କ ଝିଅ ପ୍ରଜ୍ଞା ପାରମିତା ପ୍ରେମ ସମ୍ପର୍କ ଯୋଗୁ ଘରୁ ପଳାଇ ଆସି ଗତ  ମାସ ୧୭ ତାରିଖରେ ତରଭା ଗ୍ରାମର ଦେବେନ୍ଦ୍ରଙ୍କୁ ବିବାହ କରିଥିଲେ । ତେବେ ଦେବେନ୍ଦ୍ର ନୀଚ  ଜାତିର ହୋଇଥିବାରୁ ପ୍ରଜ୍ଞାପାରମିତାଙ୍କ ଘରେ ଏହାକୁ ବିରୋଧ କରିଥିଲେ । ପରେ ଏନେଇ ସଦର ଥାନାରେ ପ୍ରଜ୍ଞାଙ୍କ ପରିବାର ଲୋକ ତାଙ୍କ ଝିଅଙ୍କୁ ଅପହରଣ କରାଯାଇଥିବା ନେଇ  ସଦର ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଥାନାରେ ଝିଅ ପ୍ରଜ୍ଞା ନିଜ ଜିଦରେ ଅଟଳ ରହିବାରୁ ପରିବାର ଲୋକ ଝିଅକୁ  ନେଇନପାରି ବିଫଳ ହୋଇ ଫେରିଯାଇଥିଲେ ।

ମାତ୍ର ନୀଚ ଜାତିରେ  ଝିଅ ବାହା ହୋଇଥିବାରୁ ପରିବାର ଲୋକ ପ୍ରତିଶୋଧ ପରାୟଣ ହୋଇ ଏକ ବୋଲେରୋ ଯୋଗେ ୫ ଜଣ ଯୁବକ ଦୁଇଟି ପିସ୍ତଲ, ଖଣ୍ଡା, ଭୁଜାଲି ଓ ଲୁହାରଡ଼ ଆଦି ମାରଣାସ୍ତ୍ରରେ ସଜ୍ଜିତ ହୋଇ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ସମୟରେ ଦେବେନ୍ଦ୍ରଙ୍କ ଘରେ ପଶି ଦେବେନ୍ଦ୍ର ଓ  ପ୍ରଜ୍ଞା ପରମିତାଙ୍କୁ ମାରିଦେବାକୁ ଉଦ୍ୟମ   କରିଥିଲେ । ପାଟିଶୁଣି ପରିବାର ଲୋକ ଉଠିପଡିବାରୁ ଯୁବକମାନଙ୍କ ସହ ହାତାପାଇ ହେବା ସହ ଦେବେନ୍ଦ୍ରଙ୍କ ବାପା ଓ ଦାଦାପୁଅ ଭାଇ ଲହୁଲୁହାଣ ହୋଇପଡିଥିଲେ ବୋଲି ପ୍ରଜ୍ଞା ଓ ଦେବେନ୍ଦ୍ର ଅଭିଯୋଗ କରିଛନ୍ତି । ଖବର ପାଇ ସଦର ଥାନା ପୁଲିସ୍ ବହୁ ବିଳମ୍ବରେ ପହଞ୍ଚି ଘଟଣ।।  ସ୍ଥଳରୁ ଏକ  ବନ୍ଧୁକ ଜବତ  କରିବା ସହ ଘଟଣାର ତଦନ୍ତ  କରୁଛି ।  ଏନେଇ  ପୁଲିସ୍  ପକ୍ଷରୁ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking