28.1 C
Bhubaneswar
Saturday, April 27, 2024
Homeଓଡିଶାଏସ୍‌ସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ୍ ଫଙ୍ଗ୍‌ସ ୱାର୍ଡ : ୩୦ ସ୍ୱତନ୍ତ୍ର ଶଯ୍ୟା ପ୍ରସ୍ତୁତ, ୩...

ଏସ୍‌ସିବିରେ କାର୍ଯ୍ୟକ୍ଷମ ହେଲା ବ୍ଲାକ୍ ଫଙ୍ଗ୍‌ସ ୱାର୍ଡ : ୩୦ ସ୍ୱତନ୍ତ୍ର ଶଯ୍ୟା ପ୍ରସ୍ତୁତ, ୩ ସନ୍ଦିଗ୍ଧ ଚିକିତ୍ସିତ

କଟକ : ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ବ୍ଲାକ ଫଙ୍ଗସ୍ ୱାର୍ଡ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଇଏନ୍‌ଟି ବିଭାଗରେ ଉକ୍ତ ୱାର୍ଡକୁ କାର୍ଯ୍ୟକ୍ଷମ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ଲାଗି ୩୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ୨ ଜଣ ମହିଳା ଓ ଜଣେ ପୁରୁଷ ସନ୍ଦିଗ୍ଧ ଉକ୍ତ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ହସ୍ତଗତ ହେବା ପରେ ୩ ଜଣ ବ୍ଲାକ ଫଙ୍ଗସ୍‌ରେ ଆକ୍ରାନ୍ତ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହେବ । ଏହି ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣଙ୍କୁ ଆଇସିୟୁରେ ରଖାଯାଇଥିବାବେଳେ ଆଉ ୨ଜଣଙ୍କୁ ସାଧାରଣ ଶଯ୍ୟାରେ ରଖାଯାଇଛି ।

ଏସ୍‌ସିବି ମେଡିକାଲରେ ଥିବା ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣେ ମହିଳା ଆକ୍ରାନ୍ତ ହୋମ୍ ଆଇସୋଲୋସନ୍‌ରେ ରହି ଚିକିତ୍ସିତ ହେଉଥିଲେ । ତାଙ୍କର ବାମଆଖି ଫୁଲିବା ସହିତ ଆଖି ପାଶ୍ୱର୍ କଳା ପଡିଥିଲା । ବ୍ଲାକ ଫଙ୍ଗସ୍ ସଂକ୍ରମଣ ଲକ୍ଷଣ ପ୍ରକାଶ ପାଇବା ପରେ ସେ ଏସ୍‌ସିବିକୁ ଆସିଥିଲେ । ଏହାଛଡା ଏସ୍‌ସିବି କୋଭିଡ୍ ୱାର୍ଡରେ ଚିକିତ୍ସା ହେଉଥିବା ଅନ୍ୟ ୨ଜଣ ସଂକ୍ରମିତ ନିକଟରେ ବ୍ଲାକ୍ ଫଙ୍ଗସ୍ ଲକ୍ଷଣ ଦେଖିବାକୁ ମିଳିଛି । ରୋଗୀଙ୍କ ସଂଖ୍ୟା ବଢିଲେ ଶଯ୍ୟା ସଂଖ୍ୟା ବଢାଯିବ ବୋଲି ଜରୁରିକାଳୀନ ଅଧିକାରୀ ଡା. ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ରୋଗୀଙ୍କ ଚିକିତ୍ସା ଲାଗି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଏଥିରେ ଇଏନ୍‌ଟି ବିଭାଗର ମୁଖ୍ୟ ପ୍ରଫେସର ଡା. ସୁବ୍ରତ ବେହେରା, ଚକ୍ଷୁ ବିଭାଗର ଆସୋସିଏଟ୍ ପ୍ରଫେସର ଡା. ସୁରେଶ ସ୍ୱାଇଁ, ଭେଷଜ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର୍ ଡା. ଆଦିତ୍ୟ ନାରାୟଣ ରହିଛନ୍ତି । ବ୍ଲାକ୍ ଫଙ୍ଗସ୍‌ରେ ସଂକ୍ରମିତ ହୋଇଥିବା ଏବଂ କରୋନା ପଜିଟିଭ୍ ରୋଗୀଙ୍କୁ  କୋଭିଡ୍ ୱାର୍ଡ-୨ର ୪ର୍ଥ ମହଲାରେ ରଖାଯାଇ ଚିିକତ୍ସା କରାଯିବ ।

ସେହିପରି ଇଏନ୍‌ଟି ବିଭାଗରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ଲାଗି ୩୦ଟି ଶଯ୍ୟା ସଂରକ୍ଷିତ କରି ରଖାଯାଇଛି । ତେବେ ଯେଉଁମାନେ ବ୍ଳାକ୍ ଫଙ୍ଗସ୍‌ରେ ଚିହ୍ନଟ ହେବେ ସେମାନେ କୋଭିଡ୍‌-୨ର ୪ର୍ଥ ମହଲାରେ ଚିକିତ୍ସିତ ହେବ । ଅନ୍ୟପକ୍ଷରେ ଯେଉଁମାନେ ସନ୍ଦିଗ୍ଧ ଥିବେ ସେମାନଙ୍କୁ ଇଏନ୍‌ଟି ବିଭାଗରେ ଚିକିତ୍ସା କରାଯିବ । ଗୁରୁତର ରୋଗୀଙ୍କ ଅସ୍ତ୍ରୋପଚାର ଲାଗି ଇଏନ୍‌ଟି ଓ ଚକ୍ଷୁ ବିଭାଗରେ ଗୃହକୁ ବ୍ୟବହାର କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସନ୍ଦିଗ୍ଧମାନଙ୍କୁ ଆସିଷ୍ଟାଣ୍ଟ ପ୍ରଫେସରସ୍ତରୀୟ ଡାକ୍ତର ଚିକିତ୍ସା କରାଯିବ । ଚକ୍ଷୁ, ଇଏନ୍‌ଟି ଓ ଚର୍ମ ବିଭାଗର ପ୍ରଫେସର ଚିକିତ୍ସା କରିବା ସହିତ ପ୍ରତିଦିନ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ରିପୋର୍ଟ ପ୍ରସ୍ତୁତ କରାଯିବ । ଉକ୍ତ ରିର୍ପୋଟକୁ ମ୍ୟାନେଜ୍‌ମେଣ୍ଟ ଟିମ୍‌କୁ ହ୍ୱାଟ୍ସଅପ୍‌ରେ ପ୍ରଦାନ କରିବେ । ଏସ୍‌ସିବିକୁ ବହି ର୍ବିଭାଗ ଓ ଆନ୍ତଃ ର୍ବିଭାଗର ଚିକିତ୍ସା ଲାଗି ଆସୁଥିବା ବ୍ଲାକ୍ ଫଙ୍ଗସ୍‌ର ରୋଗୀଙ୍କ ପଞ୍ଜୀକରଣ ସମସ୍ତ ତଥ୍ୟ ରେଜିଷ୍ଟର ଡକ୍ୟୁମେଣ୍ଟଗୁଡିକ ପ୍ରତିଦିନ ସିଡିଏମ୍‌ଓ କାର୍ଯ୍ୟାଳୟକୁ ପଠାଇବା ଲାଗି ନିର୍ଦ୍ଦେଶ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking