26.1 C
Bhubaneswar
Friday, March 29, 2024
Homeଓଡିଶାଡ୍ରିମ୍‌ସ କୋଭିଡ୍ କେୟାର୍ ସେଣ୍ଟର୍‌ରେ ଅଘଟଣ,  ଯୁବକର ବେକରେ ଛୁରୀ

ଡ୍ରିମ୍‌ସ କୋଭିଡ୍ କେୟାର୍ ସେଣ୍ଟର୍‌ରେ ଅଘଟଣ,  ଯୁବକର ବେକରେ ଛୁରୀ

କଟକ : ଟାଙ୍ଗୀସ୍ଥିତ ଡ୍ରିମ୍‌ସ କୋଭିଡ୍ କେୟାର୍ ସେଣ୍ଟର୍‌ରେ ଶୁକ୍ରବାର ଘଟିଛି ଏକ ଅଘଟଣ । ଜଣେ ଯୁବକଙ୍କ ବେକରେ ଛୁରୀ ପଶି ରହିବା ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଏସ୍‌ସିବିକୁ ଅଣାଯାଇ ଅସ୍ତ୍ରୋପଚାର ପରେ ପୁଣି କୋଭିଡ୍ ଆଇସିୟୁରେ ରଖାଯାଇଥିବା ଜଣାପଡ଼ିଛି । ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସେଣ୍ଟର ପକ୍ଷରୁ କୁହାଯାଇଥିଲାବେଳେ ପରିବାର ପକ୍ଷରୁ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ କରାଯାଇ ତଦନ୍ତ ଦାବି କରାଯାଇଛି । ଗୁରତର ଥିବା ସମ୍ପୃକ୍ତ ଯୁବକ ଚୌଦ୍ୱାର ଦେବୀନଗରର ସୁକୁମାର ସୁବୁଦ୍ଧିରାୟ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଶ୍ରୀ ସୁବୁଦ୍ଧିରାୟ କରୋନା ଆକ୍ରାନ୍ତ ହେବା ପରେ ଘରେ ସଙ୍ଗରୋଧରେ ରହି ପରେ ଗତ ୨୮ ତାରିଖରେ ଟାଙ୍ଗୀସ୍ଥିତ ଡ୍ରିମ୍‌ସ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ ।

ଆରୋଗ୍ୟ ହେବା ପରେ ଆଜି ତାଙ୍କର ସେଠାରୁ ଡିସଚାର୍ଜ ହେବାର ଥିଲା । ତେବେ ଆଜି ସକାଳେ ହଠାତ୍ ତାଙ୍କ ବେକରେ ଛୁରୀ ପଶି ଯାଇଥିବା ଦେଖାଯାଇଥିଲା । ସମ୍ପୃକ୍ତ ଯୁବକ ଜଣକ ଛୁରୀରେ ଆତ୍ମହତ୍ୟା କରିବାକୁ ଚ୍ୟେଷ୍ଟା କରୁଥିବାବେଳେ ତାଙ୍କୁ ରୋକାଯାଇଥିଲା ଓ ବେକରେ ଛୁରୀ ଲାଗିଥିବା ଅବସ୍ଥାରେ ତାଙ୍କୁ ଏସ୍‌ସିବିକୁ ଅଣାଯାଇଥିବା କୋଭିଡ୍ କେୟାର୍ ସେଣ୍ଟର୍ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି। ଅନ୍ୟ ପକ୍ଷରେ ଏସ୍‌ସିବିରେ ତାଙ୍କର ଅସ୍ତ୍ରୋପଚାର କରାଯାଇ ଛୁରୀ ବାହାର କରାଯିବା ପରେ କୋଭିଡ୍ ୱାର୍ଡର ଆସିୟୁରେ ରଖାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଡ୍ରିମସ କୋଭିଡ୍ କେୟାର୍ ସେଣ୍ଟର୍‌ରେ ଅବ୍ୟବସ୍ଥା ଲାଗି ରହୁଥିବା ନେଇ ଅନେକ ସମୟରେ ଅଭିଯୋଗ ହେଉଛି । କେଉଁ ପରିସ୍ଥିତିରେ ଓ କିପରି ସମ୍ପୃକ୍ତ ଯୁବକଙ୍କ ବେକରେ ଛୁରୀ ପଶିଲା ତାହାକୁ ନେଇ ସନ୍ଦେହ ଓ ସଂଶୟ ଲାଗି ରହିଛି ।

ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ବୋଲି ସେଣ୍ଟର ପକ୍ଷରୁ କୁହାଯାଉଥିବାବେଳେ ସେ କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ବୋଲି ପରିବାର ପକ୍ଷରୁ ପ୍ରଶ୍ନ କରାଯାଉଛି । ସେ ଆର୍ଥିକ ସ୍ୱଚ୍ଛଳ ଥିବାବେଳେ ତାଙ୍କର ଚୌଦ୍ୱାର ମହାବିଦ୍ୟାଳୟ ସମ୍ମୁଖରେ ଏକ ବଡ଼ ଅଟୋମୋବାଇଲ ସ୍ପେୟାର୍ ପାର୍ଟସ୍ ଦୋକାନ ରହିଛି । ଯଦି ଆର୍ଥିକ ସମସ୍ୟା ଥାଆନ୍ତା, ହୁଏତ ଜଣେ ଆତ୍ମହତ୍ୟା ଉଦ୍ୟମ କରିବା ସମ୍ଭାବନା ଥାଆନ୍ତା ବୋଲି ଚର୍ଚ୍ଚା ହେଉଛି । କୌଣସି କାରଣରୁ କେହି ତାଙ୍କ ଉପରେ ଆକ୍ରମଣ କରିଥାଇପାରନ୍ତି ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ସେଣ୍ଟର୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାକୁ ଦାବି କରାଯାଇଛି ।

ଏହି ଘଟଣା ପରେ ଡ୍ରିମ୍‌ସ କୋଭିଡ୍ କେୟାର୍ ସେଣ୍ଟର୍ ଦାୟିତ୍ୱରେ ଥିବା ଡାକ୍ତରଙ୍କଠାରୁ ଏକ ପୁଙ୍ଖାନୁପୁଙ୍ଖ ରିପୋର୍ଟ ମଗାଯାଇଥିବା ଜିଲ୍ଲା କୋଭିଡ୍ ନୋଡାଲ ଅଧିକାରୀ ଡାକ୍ତର ଉମେଶ ରାୟ କହିଛନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ସମ୍ପୃକ୍ତ ଯୁବକ କାହା ସହ ଟେଲିଫୋନ୍‌ରେ କଥାହେବା ପରେ ଫଳ କାଟିବାକୁ ଆଣିଥିବା ଛୁରୀ ବେକରେ ଭୁଷିବା କ୍ଷଣି କାର୍ଯ୍ୟରତ କର୍ମଚାରୀମାନେ ତାଙ୍କୁ ଅଟକାଇଥିଲେ ବୋଲି ସେ କହିଥିଲେ । ଆତ୍ମହତ୍ୟାର କାରଣ ଜଣାପଡ଼ି ନଥିଲେ ମଧ୍ୟ ମାନସିକ ଅବଷାଦରୁ ସେ ଏପରି ଘଟାଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking