26.1 C
Bhubaneswar
Wednesday, May 8, 2024
Homeଓଡିଶାପ୍ରଶାସନର ଦୃଷ୍ଟି ଆଢୁଆଳରେ ଚାଲିଛି ବେଆଇନ ମୋରମ ଚାଲାଣ

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଚାଲିଛି ବେଆଇନ ମୋରମ ଚାଲାଣ

ଢେଙ୍କାନାଳ : ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ରାଜ୍ୟସରକାର ଓ ଜିଳ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଢେଙ୍କାନାଳ ଜିଲ୍ଲା ଭୁବନ ତହସିଲ ଅଞ୍ଚଳରେ ବେଆଇନ ଭାବେ ଚାଲିଛି ମୋରମ ଚାଲାଣ । ଭୁବନ ତହସିଲ୍ ଅଞ୍ଚଳରୁ ବେଆଇନ ଭାବେ ମୋରମ ଖୋଳାଯାଇ ଚାଲିଛି ଢେଙ୍କାନାଳ ଠାରୁ ଭୁବନ ରାସ୍ତା ସଂପ୍ରସାରଣ । ଯାହାକି ରାଜସ୍ୱ ଅଧିକାରୀଙ୍କ ଏଥି ପ୍ରତି କୌଣସି ଦୃଷ୍ଟି ନଥିବା ସାଧାରଣ ଲୋକ କହିଛନ୍ତି । ମାତ୍ର କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ରାଜପଥ ସଂପ୍ରସାରଣ କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥା ବେଆଇନ ଭାବେ ମୋରମ୍ ଉତ୍ତୋଳନ କରିବାରେ ଲାଗିଛି । ଏହି ସବୁ ରାଜସ୍ୱ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ହେଉଥିବା ଅଭିଯୋଗ ହେଉଛି । ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥାର ସଲାସୁତୁରାରେ ଚାଲିଛି ଏହି ବେଆଇନ ମୋରମ ଚାଲାଣ ।

ଭୁବନ ସହର ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଧର ସଂପ୍ରସାରଣ କାର୍ଯ୍ୟ ଜୋରଦାର ଚାଲିଛି । ଜାତୀୟ ରାଜପଧ ପ୍ରାଧିକରଣ ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ବାଲାଜି କଷ୍ଟ୍ରକସନ୍ ନାମକ ଏକ ଠିକା ସଂସ୍ଥାକୁ ଦେଇଛି । ରାସ୍ତା ନିର୍ମାଣ ପାଇଁ ବହୁଳ ଭାବରେ ମୋରମ୍ ଦରକାର ହେଉଛି । ହାଇୱା ଯୋଗେ ଦୈନିକ ଶହ ଶହ ଟ୍ରିପ୍ ମୋରମ୍ ଅଣାଯାଇ ରାସ୍ଥାରେ ବ୍ୟବହାର ହେଉଛି । ଭୁବନ ତହସିଲର ବାଉଁଶକଣ, କାନଖାଇ, ଭୁଷଳ, ଶ୍ୟାମଳ, ଗଡନୃସିଂହପ୍ରସାଦ, ଯମୁନାକୋଟ ଆଦି ମୌଜାରୁ ବେଆଇନ ଭାବେ ମୋରମ ଉତ୍ତୋଳନ ହେଉଛି । ସ୍ଥାନୀୟ ଗ୍ରାମର କେତକ ପ୍ରଭାବଶାଳୀ ଲୋକଙ୍କୁ ଠିକା ସଂସ୍ଥାର କର୍ମଚାରୀ ଅଧିକାରୀଙ୍କ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି ।

ଠିକା ସଂସ୍ଥା କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ମୋରମ୍ ଉତ୍ତୋଳନ କରିବାରେ ଲାଗିଛି । ମାତ୍ର ସ୍ଥାନୀୟ ପ୍ରଶାସନ ଅଧିକାରୀ ଠିକା ସଂସ୍ଥାକୁ ପ୍ରଶୟ ଦେଉଥିବା ସାଧାରଣରେ ଦାବୀ ହେଉଛି । ଲୋକ ଦେଖାଣିଆ ପାଇଁ ଥରେ ଥରେ ଚଢ଼ଉ କରି ନାମକୁ ମାତ୍ର ଜୋରିମନା ଆଦାୟ କରୁଛନ୍ତି । ଭୁବନ ତହସିଲ୍ ପକ୍ଷରୁ ମୋରମ୍ ଉତ୍ତୋଳନ କରିବା ପାଇଁ କୌଣସି ଲିଜ୍ ଦିଆଯାଇନଥିବା ଅଧିକାରୀ କହିଛନ୍ତି । ତେବେ ସ୍ଥାନୀୟ ପ୍ରଶାସନ କାହିଁକି ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ । ଯାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏହାର ଯାଞ୍ଚ କରାଯାଇ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking