28.1 C
Bhubaneswar
Saturday, April 27, 2024
Homeଓଡିଶାପେଟ୍ରୋଲ ପମ୍ପରୁ ମୋଦିଙ୍କ ହୋର୍ଡିଙ୍ଗ ହଟାଇଲା ଯୁବ କଂଗ୍ରେସ

ପେଟ୍ରୋଲ ପମ୍ପରୁ ମୋଦିଙ୍କ ହୋର୍ଡିଙ୍ଗ ହଟାଇଲା ଯୁବ କଂଗ୍ରେସ

ଯାଜପୁର : ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଯୁବ କଂଗ୍ରେସ ଏବେ ସକ୍ରିୟ ହୋଇ ଉଠିଛି l କଂଗ୍ରେସକୁ ବିଜେଡ଼ି ଓ ବିଜେପି ଦଳ ଟାର୍ଗେଟ କରି କଂଗ୍ରେସ କର୍ମୀମାନଂକୁ ଏହି ଦୁଇ ଦଳ ନିଜ ଦଳରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି l କଂଗ୍ରେସ ଦଳକୁ ଭାଗ କରି ନିଜ ଦଳ ଆଣିବା ପାଇଁ ଚାଲ ଚଳାଇଛନ୍ତି l କଂଗ୍ରେସ ଦଳର ନେତୃତ୍ୱ ଅଭାବ ଯୋଗୁ ସୁକିନ୍ଦା କଂଗ୍ରେସର କର୍ମୀମନେ ଏହି ଦୁଇ ଦଳରେ ସାମିଲ ହେଲେ ମଧ୍ୟ ମନ କଂଗ୍ରେସରେ ରହିଛି l ସୁକିନ୍ଦା କଂଗ୍ରେସ ଦଳକୁ ରକ୍ଷା କରିବା ପାଇଁ ନୂତନ ନେତୃତ୍ୱ ଖୋଜୁଛି l କଂଗ୍ରେସ ଦଳ ନେତୁତ୍ୱ ନେଉଥିବା ନେତା କଂଗ୍ରେସ କର୍ମୀମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେହୁ ନାହାନ୍ତି l

ଏବେ ଯୁବ କଂଗ୍ରେସ ସୁକିନ୍ଦାରେ କଂଗ୍ରେସ ଦଳକୁ ସଜାଡି ବା ପ୍ରୟାସ ଜାରି ରଖିଛନ୍ତି l ଦୁଇ ଦଳକୁ ଚାଲେଞ୍ଜ କରିବା ପାଇଁ ବେକାର ଯୁବକ ଯୁବତୀ ମାନଂକୁ ନିଯୁକ୍ତି ମୁକ୍ତ ସୁକିନ୍ଦା ସମସ୍ୟାକୁ ନେଇ ଆନ୍ଦୋଳନକୁ ଯାଇ କଂଗ୍ରେସକୁ ଗତିଶୀଳ କରି ଦୁଇ ଦଳର ଚାଲେଞ୍ଜ କରିବା ପାଇଁ ଯୋଜନା ପ୍ରସ୍ତୁତି କରୁଛି l  ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏଥିଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ହୁ ହୁ ହୋଇ ବୃଦ୍ଧି ପାଉଛି l ତୈଳ ଓ ଗ୍ୟାସର ମୂଲ୍ୟବୃଦ୍ଧିକୁ ବିରୋଧ କରି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ପକ୍ଷରୁ ସୁକିନ୍ଦା ଓ ଦାନଗଦୀ ବ୍ଲକର ବିଭିନ୍ନ ସ୍ଥାନରେଥିବା ପେଟ୍ରୋଲ ପମ୍ପ ଗୁଡିକରେ ଲାଗିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ହୋର୍ଡିଙ୍ଗରେ କଳା ବୋଳାଯିବା ସହ ସେଗୁଡିକୁ ହଟାଇ ଦିଆଯାଇଥିଲା l

ସୁକିନ୍ଦା ଯୁବ କଂଗ୍ରେସ ସଭାପତି କୃପାସିନ୍ଧୁ ସlମନ୍ତରାୟଙ୍କ ନେତୃତ୍ୱ କଂଗ୍ରେସର ଦଳ କଂଗ୍ରେସ କାର୍ଯ୍ୟକ୍ରମ କରିବ l ସାମନ୍ତ ନିରଞ୍ଜନ ଜେନାମଣି, ଅଭିମନ୍ୟୁ ଘଡ଼ାଇ, ଅଭିରାମ କାଣ୍ଡି, ଅଜିତ ନାୟକ,ରାକେଶ କୁମାର ନାଟିଆ,ଉମାକାନ୍ତ ଜେନାମଣି, ବାବୁଲି ପୂର୍ତ୍ତୀ, ମଳୟ ପାତ୍ର, ଅଜିତ ଜେନା,ସୁଶାନ୍ତ ପାତ୍ର, ଭବାନୀ ଦେଓ, ଅମୁଲ୍ୟ ପାତ୍ର, ନିଲୁ ଦେଓ, ଅରୁଣ ମଲ୍ଲିକ, ପ୍ରସନ୍ନ ନାୟକ, ଶେଖ ସବୀର କଳ୍ପତରୁ ଧଳ ପ୍ରମୁଖ ବହୁ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ କଂଗ୍ରେସ କର୍ମୀ ଦାନଗଦୀ, ଡ଼ୁବୁରି, ବାଘୁଆପାଳ,ବାଘବlହlଳି (ସୁକିନ୍ଦା), ମୁଲଖମ୍ବ (କୁହିକା)ଆଦି ସ୍ଥାନରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ମୋଦି ସରକାର ବିରୋଧୀ ନାରାଦେଇ ମୋଦିଙ୍କ ହୋର୍ଡିଙ୍ଗ ଗୁଡିକୁ ହଟାଇ ଦେଇଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking