27.1 C
Bhubaneswar
Wednesday, May 8, 2024
Homeଓଡିଶାସହାୟତା ଅପକ୍ଷୋରେ ବିଧବା ମାଆ ଓ ଭିନ୍ନକ୍ଷମ ପୁଅ

ସହାୟତା ଅପକ୍ଷୋରେ ବିଧବା ମାଆ ଓ ଭିନ୍ନକ୍ଷମ ପୁଅ

ଫୁଲବାଣୀ : ଭିନ୍ନକ୍ଷମ ଓ ବିକଳାଙ୍କ ଏବଂ ବିଧବାମାନଙ୍କ ପାଇଁ କେନ୍ଦ୍ର ସରାକର ଓ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । ଯୋଗ୍ୟ ହିତାଧିକାରୀଙ୍କୁ ବହୁ ସହାୟତା ମିଳୁଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ଯୋଜନାରୁ ଅନେକ ଯୋଗ୍ୟ ହିତାଧିକାରୀ ବଂଚିତ ହୋଇଛନ୍ତି । ଏଭଳି ଏକ ଦୃଶ୍ୟ ଦେଖାଯାଇଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍‌ଏସି ଗୁଳିମରା ପଦା ସାହିରେଦୀପା ମଲ୍ଲିକ ଏହି ସାହିରେ ପରିବାର ଧରି ରୁହନ୍ତି । ଗତ ୪ ବର୍ଷ ତଳେ ସ୍ୱାମୀ ଟନି ମଲିକଙ୍କର ଦେହାନ୍ତ ହୋଇଯାଇଛି । ଦୀପାଙ୍କର ଜଣେ ୮ବର୍ଷର ଭିନ୍ନକ୍ଷମ ପୁଅ ଅଛି । ସେ କଥା କହିପାରୁନାହାନ୍ତି । କେବଳ ଶୋଇ ରହୁଛନ୍ତି । ବିଧବା ମହିଳା ଭିନ୍ନକ୍ଷମ ପୁଅର ଦାୟିତ୍ୱ ନେଉଥିବାବେଳେ ଅନ୍ୟ କିଛି କାମ କରିପାରୁନାହାନ୍ତି । ବାହାରେ କାମ ନକଲେ ପେଟ ଚଳୁନି ।

ଦୀପା ପୁଅର ଭିନ୍ନକ୍ଷମ ଭତ୍ତା ପାଇଁ  ବାରମ୍ବାର ବାଲିଗୁଡ଼ା ଏନ୍‌ଏସିକୁ ଦୌଡୁଛନ୍ତି । ଏପରିକି ଗତ ଦିନରେ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଥିଲେ ବି ସୁଫଳ ମିଳୁନି । କେବଳ ଦୀପାଙ୍କୁ ମୁଳିଛି ୫୦୦ ଟଙ୍କା ବିଧବା ଭତ୍ତା । ତେବେ ସରକାରୀ ଯୋଜନାରେ ରାସନକାର୍ଡ଼ ଟିଏ ପାଇଁ ଆଜି ପର୍ଯ୍ୟନ୍ତ ଦୌଡୁଛନ୍ତି । କେବଳ ପ୍ରତିଶ୍ରୁତି ମିଳୁଛି । ଜିଲ୍ଲାର ହଜାର ହଜାର ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ପାଇ ସାମଗ୍ରୀ ଉଠାଉଛନ୍ତି । କିନ୍ତୁ ଦୀପା ଏଥିରୁ ବଂଚିତ ହୋଇଛନ୍ତି । ମୃତ୍ୟୁପୂର୍ବରୁ ତାଙ୍କ ସ୍ୱାମୀ ଯେଭଳି ଭାବେ ଦ୍ୱାର ଦ୍ୱାର ବୁଲି କାଠ ବିକ୍ରି କରି ପରିବାରକୁ ପୋଷୁଥିଲେ ବାଧ୍ୟ ହୋଇ ସେ କାଠ ବିକ୍ରି କରି ନିଜେ ବଂଚିବା ସହିତ ନିଜ ଭିନ୍ନକ୍ଷମ ପୁଅକୁ ବଂଚାଇ ରଖିବେ ବୋଲି କାନ୍ଦି କାନ୍ଦି କହିଛନ୍ତି । ସରକାର ବିିଭିନ୍ନ ସମୟରେ ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀ ଯେଭଳି ଭାବେ କୌଣସି ଯୋଜନାରୁ ବଂଚିତ ହେବ ନାହିଁ ସେ ନେଇ ନାନା ପଦକ୍ଷେପ ଗ୍ରହଣ କରୁଥିବା କହୁଥିବାବେଳେ ଦୀପାଙ୍କ ଭଳି ଜଣେ ଯୋଗ୍ୟ ହିତାଧିକାରୀଙ୍କ ରାସନକାର୍ଡ଼ ସହିତ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ପ୍ରଦାନରେ ପ୍ରଶାସନ ସହଯୋଗ କରିଲେ ବାକି ଜୀବନ ସେମାନେ ଶାନ୍ତିରେ ବଂଚିପାରିବେ ବୋଲି ଗ୍ରାମବାସୀ କହିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking