31.1 C
Bhubaneswar
Sunday, May 19, 2024
Homeଓଡିଶାପତ୍ନୀ ହତ୍ୟା : ପରିବାରର ସ୍ୱାମୀ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ପତ୍ନୀ ହତ୍ୟା : ପରିବାରର ସ୍ୱାମୀ ସମେତ ୫ ଜଣଙ୍କୁ ଆଜୀବନ କାରାଦଣ୍ଡ

ବାଲେଶ୍ୱର : ଅତିରିକ୍ତ ଜିିଲ୍ଲା ଓ ଦୌରାଜଜ(୨) ସୁବାସ ଚନ୍ଦ୍ର ବେହାରୀ ୨୦୧୪ ମସିହାରେ ଘଟିଥିବା ଏକ ଯୌତୁକ ଜନିତ ବଧୂହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ ସମେତ ପରିବାରର ୫ଜଣ ସଦସ୍ୟଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧ଲକ୍ଷ ୧୫ହଜାର ଟଙ୍କାର ଜୋରିମାନା କରିଛନ୍ତି । ଏଥିସହ ଜୋରିମାନା ଟଙ୍କା ଅନାଦେୟ ହେଲେ ସେମାନଙ୍କୁ ଅଧିକ ଦୁଇ ବର୍ଷ ଲେଖାଏଁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କର ରାୟରେ ଉଲ୍ଲେଖ କରିଛନ୍ତି । ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ବ୍ୟକ୍ତିମାନେ ହେଲେ ସ୍ୱାମୀ ଚିତରଞ୍ଜନ ଜେନା(୩୨), ମନ୍ଦାକିନିର ଶଶୁର ଦେବେନ୍ଦ୍ରେ ଜେନା(୫୮), ଶାଶୁ ସନ୍ଧ୍ୟାରାଣି ଜେନା(୫୦), ଦିଅର ସୁବଲ ଓରଫ ସୁବାଷ ଜେନା(୨୫) ଏବଂ ସୌମ୍ୟ ଜେନା(୨୪) ।

ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅର୍ନ୍ତଗତ ପଥଦୁର୍ଗା ଗ୍ରାମର ଦେବେନ୍ଦ୍ର ଜେନାଙ୍କ ପୁଅ ଚିତରଞ୍ଜନ ଜେନା  ଅଁଳାଡିହା ଗ୍ରାମର ରତ୍ନାକର କୁହ୍ଲାରୀଙ୍କ ଝିଅ ମନ୍ଦାକିନିଙ୍କୁ ୨୦୧୪ ଏପ୍ରିଲ ୧୯ରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହରେ ୫୦ହଜାର ଟଙ୍କା ସହ ଆନୁଷଙ୍ଗିକ ସରଞ୍ଜାମ କନ୍ୟା ପକ୍ଷରୁ  ପ୍ରଦାନ କରାଯାଇଥିଲା । ତେବେ ବିବାହ ପରେ ଏକ ହିରୋ ଗ୍ଲାମର ଗାଡ଼ି ଦାବି କରି ସ୍ୱାମୀ ସହ ପରିବାରବର୍ଗ ମନ୍ଦାକିନିଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏହାକୁ ନେଇ ଗ୍ରାମରେ ବୈଠକ ବସି ସମାଧାନ ହୋଇଥିଲା । ତେବେ ନିର୍ଯାତନା ଅସହ୍ୟ ହେବାରୁ ମନ୍ଦାକିନି ବାପ ଘରେ ରହୁଥିଲେ ।

୨୦୧୪ ଅକ୍ଟୋବର ୨୨ରେ ଚିତରଞ୍ଜନଙ୍କ ପରିବାର ଅଁଳାଡ଼ିହାରେ ପହଞ୍ଚି ମନ୍ଦାନିକିନକୁ ବୁଝାବୁଝି କରି  ଆଉ ମାରଧର କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇ ନେଇ ଆସିଥିଲେ । ଉକ୍ତ ଦିନ ରାତିରେ ମନ୍ଦାକିନି ନିଆଁରେ ପୋଡ଼ି ଜଳିଯିବା ଖବର ବାପ ଘରକୁ ଯାଇଥିଲା । ମନ୍ଦାକନିନିର ପରିବାର ଲୋକ ବାଲେଶ୍ୱର ଡାକ୍ତରଖାନାରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଦେଖିଥିଲେ । ମନ୍ଦାକିନିର ଅବସ୍ଥା ସଙ୍ଗିନ ହେବାରୁ ତାଙ୍କୁ ବାଲେଶ୍ୱରରୁ ଭୁବନେଶ୍ୱର ସ୍ଥିତ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର  ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ମନ୍ଦାକିନିର ବାପା ରତ୍ନାକର କୁହ୍ଲାରୀଙ୍କ ଅଭିଯୋଗକୁ ଭିତ୍ତି କରି ସିଂଲା ପୁଲିସ୍  ଏକ ମାମଲା ରୁଜୁ କରି ମନ୍ଦାକିନିଙ୍କ ସ୍ୱାମୀଙ୍କୁ ଗିରଫ କୋର୍ଟ ଚାଲାଣ କରିଥିଲା । ପରେ  ସେମାନେ ଜାମିନ ପାଇଥିଲେ । ଏହି ମାମଲା ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ବିଚାରଧୀନ ଥିଲା । ଆଜି ଏହାର ଶୁଶାଣି ହୋଇଛି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ବିନୋଦ ପାଣି ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking