32.1 C
Bhubaneswar
Monday, May 27, 2024
Homeଦେଶ ବିଦେଶବିକାଶ ଆବାସିକ ବିଦ୍ୟାଳୟ ସି ବି ଏସ ସି ଛାତ୍ର ଛାତ୍ରୀଙ୍କ କୃତିତ୍ୱ

ବିକାଶ ଆବାସିକ ବିଦ୍ୟାଳୟ ସି ବି ଏସ ସି ଛାତ୍ର ଛାତ୍ରୀଙ୍କ କୃତିତ୍ୱ

ଭବାନୀପାଟଣା : ଭବାନୀପାଟଣା ସ୍ଥିତ ବିକାଶ ଅବାଶିକ ବିଦ୍ୟାଳୟର ଶତ ପ୍ରତିଶତ ବିଦ୍ୟାର୍ଥୀ କୃତ କାର୍ଯ୍ୟ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ଅଭିଷେକ ଅଗ୍ରୱାଲ ସର୍ବାଧିକ ୯୭ % ରଖି ପ୍ରଥମ ସ୍ଥାନ, ଜଗଦାନନ୍ଦ ଦୂର୍ଗା ୯୫ % ଦ୍ଵିତୀୟ ସ୍ଥାନ ଓ ଆଇଶ। ସିଙ୍ଘଲ ୯୪.୪ % ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ମୋଟ୍ ୧୫୭ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ୯୦% ରୁ ଉର୍ଦ୍ଧ ୯ ଜଣ, ୮୫-୮୯.୯% ୧୮ଜଣ, ୮୦-୮୪.୯% ୨୪ ଜଣ,୧୧୭ ଜଣ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟର ମାନ ବୃଦ୍ଧି କରିଛନ୍ତି ।

ବିଦ୍ୟାର୍ଥୀଙ୍କ ସଫଳତା ପଛରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଆପ୍ରାଣ ଉଦ୍ୟମ, ଅଧ୍ୟକ୍ଷ, ପରିଚାଳନା ମଣ୍ଡଳୀଙ୍କ ପଥ ପ୍ରଦର୍ଶନ ଦ୍ଵାରା ଏସବୁ ସମ୍ଭବ ହୋଇପାରିଛି । ବିକାଶ ଶିକ୍ଷା ରାଜ୍ୟରେ ଉତ୍କୃଷ୍ଟ ସେବା ଯୋଗାଇ ସମଗ୍ର ଓଡିଶାରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ଏହି ସଫଳତାରେ ସମସ୍ତ ବିଦ୍ୟାର୍ଥୀ,ଅବିଭାବକ ତଥା ଜିଲ୍ଲା ବାସୀ ବେଶ୍ ଉତ୍ସାହିତ ହୋଇଛନ୍ତି ।

ବିକାଶ ଆବାସିକ ବିଦ୍ୟାଳୟର ନିର୍ଦେଶକ ଡି. ଶ୍ୟାମ ଏବଂ ଡି. ରାମ କୁମାର,ଏକାଡେମିକ ଇଞ୍ଚାର୍ଜ ଡି. ବିଜୟା, ପ୍ରିନସିପାଲ ଆରତୀ ମିଶ୍ର, ଯୁବରାଜ ନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସମସ୍ତ କୃତି ଛାତ୍ର ଛାତ୍ରୀମାନଙ୍କୁ ସମ୍ଭର୍ଧନା ଦିଆଯାଇ ଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking