28.1 C
Bhubaneswar
Sunday, June 16, 2024
Homeଓଡିଶାବିଜେପିକୁ ନବୀନଙ୍କ `ଏଆଇ’ ଜବାବ

ବିଜେପିକୁ ନବୀନଙ୍କ `ଏଆଇ’ ଜବାବ

ଭୁବନେଶ୍ୱର : ଏଆଇ ଭିଡିଓ ପ୍ରସଙ୍ଗରେ ବିଜେପିକୁ ତାଚ୍ଛଲ୍ଯ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରି ଭିଡିଓ ପ୍ରସ୍ତୁତ କରିବା ଖବରକୁ ନବୀନ ଦେଇଛନ୍ତି ଜବାବ । ନବୀନଙ୍କ ଏହି ଭିଡିଓଙ୍କୁ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିଜ ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି । ଯେଉଁ ଭିଡିଓରେ ପାଣ୍ଡିଆନ ପଚାରିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଆପଣ ଭିଡିଓରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରୁଛନ୍ତି । ଯାହାର ଉତ୍ତରରେ ନବୀନ କହିଛନ୍ତି, ଏହା ଭଲ କଥା । ସେମାନେ ବି ଏଆଇ ବ୍ଯବହାର କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ନବୀନଙ୍କ କେଇ ସେକେଣ୍ଡର ଏହି ଭିଡିଓ ବିରୋଧୀଙ୍କ ମୁହଁ ବନ୍ଦ କରିଦେବା ସହ ଖୁବ ସ୍ପିଡରେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନବୀନଙ୍କ ଭିଡ଼ିଓ ତାଙ୍କ ନୁହେଁ ବୋଲି ଅଭିଯୋଗ ଆଣିଥିଲେ । ବୈଜୟନ୍ତ କହିଥିଲେ, ଭିଡିଓକୁ ନୀରିକ୍ଷଣ କରାଗଲେ ଦେଖାଯାଉଛି ନବୀନଙ୍କର ଅଧିକାଂଶ ଭିଡିଓ ଡିପଫେକ୍ । ଏହାକୁ ଏଆଇ ଦ୍ୱାରା କରାଯାଉଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking