30.1 C
Bhubaneswar
Sunday, June 16, 2024
Homeଓଡିଶାବିଜେଡ଼ି ପ୍ରଚାରରେ କମ୍ପୁଛି ମୟୂରଭଞ୍ଜ ମୈଦାନ

ବିଜେଡ଼ି ପ୍ରଚାରରେ କମ୍ପୁଛି ମୟୂରଭଞ୍ଜ ମୈଦାନ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋରଦାର ହେବାରେ ଲାଗିଛି । ଏହି କ୍ରମରେ ଜିଲ୍ଲାରେ ବିଜେଡ଼ି ପକ୍ଷରୁ ପ୍ରଚାରକୁ ଅତି ଜୋରଦାର କରାଯାଇଛି । ଏହି ସମୟରେ ଭିକେ ପାଣ୍ଡଆନ ଜିଲ୍ଲାରେ ବିଜେଡ଼ି ପାଇଁ ପ୍ରଚାର କରିଥିବା ବେଳେ ପ୍ରାର୍ଥୀ ମଧ୍ୟ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ସେପଟେ ବିଜେଡ଼ିର ଶୋଭାଯାତ୍ରାରେ ସାରସକଣାରେ ଦୁର୍ବୃତ୍ତ ଟେକା ପଥର ମାଡ଼ କରିଛନ୍ତି । ପଳରେ ଘଟଣାରେ ଦୁଇ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ରହିଛି ।

ବାରିପଦା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଦଳ ତରଫରୁ ବିଜେଡ଼ି ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓ ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡି ମାରାଥନ ପ୍ରଚାର ଜାରି ରଖିଛନ୍ତି । ଜିଲ୍ଲା ବାର କାଉନସିଲ ର ଓକିଲ ମାନଙ୍କୁ ଉଭୟ ପ୍ରାର୍ଥୀ ଭେଟିବା ସହ ଭୋଟ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟଧାରା ଜାରି ରହିଥିବା ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଜନ ସମର୍ଥନ ଲୋଡିଛନ୍ତି । ଏଥିପାଇଁ ବିଜେଡିର ଲୋକସଭା ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଓବାରିପଦା ବିଧାୟକ ପ୍ରାର୍ଥୀ ସାନନ୍ଦ ମାରାଣ୍ଡିଙ୍କୁ ସମର୍ଥନ ଜଣାଇ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking