32.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରରାଜଧାନୀରେ ବଢ଼ିବାରେ ଲାଗିଛି ଡେଙ୍ଗୁ ଆତଙ୍କ

ରାଜଧାନୀରେ ବଢ଼ିବାରେ ଲାଗିଛି ଡେଙ୍ଗୁ ଆତଙ୍କ

ଭୁବନେଶ୍ୱର:  ଦିନକୁ ଦିନ ବଢ଼ିବାରେ ଲାଗିଛି ଡେଙ୍ଗୁ ଆତଙ୍କ । ଯାହାକୁ ନେଇ ଚିନ୍ତାରେ ଜନସାଧାରଣ । ଡେଙ୍ଗୁ ପାଇଁ ଚାଲିଗଲାଣି ଅନେକ ଜୀବନ ।  ଜୁନ ମାସରେ କେବଳ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଅନେକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ବଢ଼ୁଥିବା ଡେଙ୍ଗୁକୁ ଦେଖି ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇଦିନ ପାଳନ ହେବ ଡ୍ରାଇ ଡେ’ । ଡ୍ରାଇ ଡେ’ ଅର୍ଥାତ ଅଫିସ ହେଉ କିମ୍ବା ଘରେ ସମ୍ଭାବ୍ୟ ମଶା ବଂଶ ବୃଦ୍ଧି ସ୍ଥାନ ଗୁଡ଼ିକୁ ସଫା କରିବା ।

ଗୁରୁବାର ଓ ରବିବାର ହେବ ଡ୍ରାଇ ଡେ’ । ଗୁରୁବାର ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟରେ ଏବଂ ରବିବାର ପ୍ରତ୍ୟେକଙ୍କ ଘରେ ଡ୍ରାଇ ଡେ’ ପାଳନ କରାଯିବ । ଡେଙ୍ଗୁ ରୋକିବା ପାଇଁ ସର୍ଭେ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯିବ । ପ୍ରତି ୱାର୍ଡରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ଗୋଷ୍ଠୀଙ୍କୁ ନେଇ ଗଠନ ହେବ  ଗ୍ରୁପ  । ପ୍ରଥମେ ସଚେତନତା ପରେ ଖିଲାପିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ବିଏମସି କମିଶନର ବିଜୟ ଅମୃତା କୁଳାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ବୈଠକରେ ବିଏମସିର ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀ, ଡେପୁଟି କମିଶନର ଓ ଅତିରିକ୍ତ କମିଶନର ଉପସ୍ଥିତ ଥିଲେ । ଆସନ୍ତାକାଲି ଅର୍ଥାତ ଗୁରୁବାରଠୁ  ଆରମ୍ଭ ହେବ ଡ୍ରାଇ ଡେ’ ପାଳନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking