25.1 C
Bhubaneswar
Thursday, May 9, 2024
Homeଓଡିଶାପୁରୀସୁରକ୍ଷା ଓ ସେବା ଯୋଗାଇବ ପୋଲିସ-ଡିଜିପି

ସୁରକ୍ଷା ଓ ସେବା ଯୋଗାଇବ ପୋଲିସ-ଡିଜିପି

ପୁରୀ : ରଥଯାତ୍ରାକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଯେମିତି ଭଲ ଅନୁଭୁତି ନେଇ ଫେରିବେ , ଏ ନେଇ ପୋଲିସ ପୂରା ଯତ୍ନବାନ ହେବ କହିଲେ ପୋଲିସ ଡିଜି ସୁନୀଲ ବଂଶଲ । ରଥଯାତ୍ରା ନେଇ ପୁରୀରେ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତବ୍ୟ ଦେଲେ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ପୁରୀ ଆସିବେ , ତେଣୁ ପୋଲିସ କେବଳ ସେମାନଙ୍କୁ ସୁରକ୍ଷା ଦେବନି , ତା ସହିତ ସେବା ବି ଦେବ ବୋଲି କହିଛନ୍ତି ପୋଲିସ ଡିଜି । ଯେମିତି ଶ୍ରଦ୍ଧାଳୁମାନେ ଭଲରେ ମହାପ୍ରଭୁଙ୍କ ଦର୍ଶନ କରିବେ, ପୋଲିସ ସେଥିପ୍ରତି ଦୃଷ୍ଟି ଦେବ । ଏ ନେଇ ପୋଲିସ ସବୁ କର୍ମଚାରୀଙ୍କୁ ସେନସିଟାଇଜ କରାଯାଇଛି । ପୁରୀରେ ୧୮୦ ପ୍ଲାଟୁନ ଫୋର୍ସ, ୧୦୦୦ ଅଫିସର ନିୟୋଜିତ ହେବେ । ତେବେ ଆଗକୁ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଥିବା ବେଳେ ସେ ନେଇ ସମସ୍ତ ପ୍ରସ୍ତୁତି ଜୋରଶୋର ରେ ଚାଲିଛି । ମହାମାରୀ କରୋନା ପାଇଁ ଦୁଇ ବର୍ଷ ଧରି ବିନା ଭକ୍ତଙ୍କ ଗହଣରେ ରଥଯାତ୍ରା ହୋଇଥିବା ବେଳେ ଚଳିତ ଥର ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking