28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶକରୋନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୫୦ ହଜାର ସହାୟତା ରାଶି

କରୋନାରେ ମୃତ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୫୦ ହଜାର ସହାୟତା ରାଶି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ଘୋଷଣା କରି କହିଛନ୍ତି ଯେ, ଯେଉଁ ଲୋକଙ୍କର କରୋନାରେ ମୃତ୍ୟୁ ହେବ, ସେମାନଙ୍କ ପରିବାରକୁ ଦିଲ୍ଲୀ ସରକାରଙ୍କ ତରଫରୁ ୫୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଆର୍ଥିକ ସହାୟତା ଘୋଷଣା କରି ସେ କହିଛନ୍ତି ଯେ, ଯେଉଁ ପରିବାରରେ  ଲୋକଙ୍କ କୋଭିଡରେ ମୃତ୍ୟୁ ହୋଇଛି, ସେମାନଙ୍କ ଘରକୁ ସରକାରଙ୍କ ତରଫରୁ କର୍ମଚାରୀ ଯିବେ ଓ ସେମାନଙ୍କୁ ଏହି ରାଶି ଦିଆଯିବ ।
ଏହି ସମୟରେ ମୁଖ୍ୟମନ୍ତ୍ରୀ ଆଉ ଏକ ବଡ ଘୋଷଣା ମଧ୍ୟ କରିଛନ୍ତି, ସେ କହିଛନ୍ତି ଯେଉଁ ପିଲାଙ୍କ ପିତା ମାତାଙ୍କ ମୃତ୍ୟୁ କୋଭିଡରେ ହୋଇଥିବ, ସେମାନଙ୍କୁ ବି ୨୫ ବର୍ଷ ହେବା ପର୍ଯ୍ୟନ୍ତ ପ୍ରତିମାସରେ ୨୫୦୦ ଟଙ୍କା ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନାରେ ସେମାନଙ୍କର ମୃତ୍ୟୁ ହୋଇଛି । ଯେଉଁମାନେ ରୋଜଗାର କରି ପରିବାର ଚଳାଉଥିଲେ । ସେମାନଙ୍କୁ ବି ପ୍ରତି ମାସରେ କିଛି ଅର୍ଥ ରାଶି ଦିଆଯିବ । ମାତ୍ର  କେତେ ଟଙ୍କା ଦିଆଯିବ ସେ କହିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking