28.1 C
Bhubaneswar
Sunday, May 12, 2024
Homeଦେଶ ବିଦେଶଖୁବ ଶୀଘ୍ର ନୂଆ ମୋଦି ମନ୍ତ୍ରୀମଣ୍ଡଳ

ଖୁବ ଶୀଘ୍ର ନୂଆ ମୋଦି ମନ୍ତ୍ରୀମଣ୍ଡଳ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳ ବିସ୍ତାର ନେଇ ଚର୍ଚ୍ଚା ଜୋରଧରିଛି , ସେତେବେଳେ ଯେତେବେଳେ ଜଣଙ୍କ ପରେ ଜଣେ ମନ୍ତ୍ରୀ ଦିଲ୍ଲୀ ପହଂଚୁଥିବା ନେଇ ଖବର ସାମ୍ନାକୁ ଆସୁଛି । ସୂତ୍ର ଅନୁସାରେ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଇନ୍ଦୋରରୁ ଦିଲ୍ଲ୍‌ୀ ପାଇଁ ବାହାରି ସାରିଛନ୍ତି ଓ ଜନତା ଦଳ ନେତା ସି.ପି ସିଂ ବି ଦିଲ୍ଲୀରେ ପହଂଚିସାରିଛନ୍ତି । ମଙ୍ଗଳବାର ସକାଲେ ହିଁ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି ପ୍ରମୁଖ ଜେ.ପି ନଡ୍ଡା ଓ ଶୀର୍ଷ ମନ୍ତ୍ରୀଙ୍କ ସହିତ ମଙ୍ଗଳବାର ସନ୍ଧ୍ୟାରେ ହେବାକୁ ଥିବା ବୈଠକକୁ ବାତିଲ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ୮୧ ସଦସ୍ୟ ରହିପାରନ୍ତି । ହେଲେ ଏପର୍ଯ୍ୟନ୍ତ ମନ୍ତ୍ରୀ ମଣ୍ଡଳରେ କେବଳ ୫୩ ସଦସ୍ୟ ଅଛନ୍ତି । ଏହାର ଅର୍ଥ ୨୮ ସଦସ୍ୟ ଯୋଡି ହୋଇପାରନ୍ତି । ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ମନ୍ତ୍ରୀମଣ୍ଡଳ ବିସ୍ତାର କରିବା ପାଇଁ ଯାଉଛନ୍ତି । ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ତଥା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ସେ ନିହାତି ଧ୍ୟାନରେ ରଖିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking