28.1 C
Bhubaneswar
Thursday, March 28, 2024
Homeଓଡିଶାରୂପା ଖିଲଙ୍କ ପାଇଁ ସରକାରୀ ଯୋଜନା ସାତସପନ 

ରୂପା ଖିଲଙ୍କ ପାଇଁ ସରକାରୀ ଯୋଜନା ସାତସପନ 

ବୈପାରିଗୁଡା : କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତ ଖଙ୍ଗାରପାର ଗ୍ରାମର ରୂପା ଖିଲ (୭୬)ଙ୍କୁ ଏପର୍ଯ୍ୟନ୍ତ ମିଳିପାରି ନାହିଁ ବାର୍ଦ୍ଧକ୍ୟ ଭତ୍ତା । ଏନେଇ ବ୍ଳକ କାର୍ଯ୍ୟାଳୟରେ ସେ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ତାର ସୁଫଳ ମିଳୁ ନାହିଁ । ସରକାରୀ ନିୟମ ଅନୁଯାୟୀ ୬୦ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଥିଲା ବେଳେ ୭୬ବର୍ଷ ବୟସ୍କ ରୂପାକୁ ଏପର୍ଯ୍ୟନ୍ତ ମିଳିପାରି ନାହିଁ ବାର୍ଦ୍ଧକ୍ୟ ଭତ୍ତା । ସେ ଜଣେ ଗରିବ ଶ୍ରେଣୀର ଲୋକ । ନୁଆଣିଆ ଚାଳ ଛପର ଏବଂ ଆଜବେଷ୍ଟ ଘରେ ଛୋଟ ପରିବାରକୁ ନେଇ ବଂଚିଥିବା ରୂପା ଦିନ ମଜୁରିଆ ଭାବେ କାମକରି ପରିବାର ପ୍ରତିପୋଷଣ କରୁଛି । ଏବେ ବୟସ ବଢିଯିବାରୁ କାମ କରିବାକୁ ବଳ ପାଉ ନାହିଁ ତାର । ଦେହ ବି ସମୟେ ସମୟେ ଭଲ ରହୁ ନଥିବାରୁ ଦୁଃଖରେ ଜୀବନ ବିତୁଛି ରୂପା  ।

ସେ ଏବେ ଚାହିଁ ବସିଛି ବାର୍ଦ୍ଧକ୍ୟ ଭତ୍ତାକୁ । ହେଲେ ତାକୁ ନା ମିଳିଛି ପ୍ରଧାନମନ୍ତ୍ରୀ ଆବାସ ନା ବାର୍ଦ୍ଧକ୍ୟ ଭତ୍ତା,ପ୍ରଧାନମନ୍ତ୍ରୀ ଆବାସ ଗୃହ ମିଳି ନଥିବାରୁ ପୁରୁଣା ଘର ହିଁ ରୂପାଙ୍କ ପାଇଁ ସାହାଭରସା । ଏଭଳି ଭାବେ ସରକାରୀ ନିୟମ ପାଳନ କରାଯାଉଥିବାରୁ ବୈପାରିଗୁଡା ବ୍ଲକରେ ଥିବା ଅନେକ ପଞ୍ଚାୟତରେ ଏଭଳି ସମସ୍ୟା ଉପୁଜିଛି । ଗରିବ ଶ୍ରେଣୀର ଲୋକମାନେ ବୟସର ସୀମା ଅତିକ୍ରମ କଲାପରେ ମଧ୍ୟ ସେମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ରୂପାଙ୍କୁ ଭତ୍ତା କେବେ ମିଳିବ ଅଭିଯୋଗ ହୋଇଛି । ଏ ନେଇ ବ୍ଲକ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ତାହାର ସୁଫଳ ମିଳିପାରୁ ନାହିଁ । ଏଥିପ୍ରତି ଜିଲ୍ଳା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking