32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଟ୍ରେନରୁ ଖସି ପଡି ଯୁବତୀ ମୃତ

ଟ୍ରେନରୁ ଖସି ପଡି ଯୁବତୀ ମୃତ

ମୁମ୍ବାଇ : ଗତକାଲି ମୁମ୍ବାଇରେ ଘଟିଛି ଏକ ଦୁଃଖଦ ଘଟଣା | ଲୋକାଲ ଟ୍ରେନରୁ ପଡିଯିବା ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି | ତେବେ ମୃତ ଯୁବତୀ ଜଣକ ହେଉଛନ୍ତି ଚାର୍ମୀ ପାଦସି ଓ ତାଙ୍କ ବୟସ ୨୨ବର୍ଷ ବୋଲି ଜଣା ପଡିଛି | ଡୋମ୍ବିବଲିରେ ଲୋକାଲ ଟ୍ରେନରୁ ଖସି ପଡିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସଙ୍କ କହିବା ମୁତାବକ, ଯୁବତୀ କଲ୍ୟାଣରୁ ଛତ୍ରପତି ଶିବାଜୀ ଟର୍ମିନାଲ ଯିବା ପାଇଁ ୮:୫୩ରେ ବାହାରିଥିଲେ । ପିକ ଆଓ୍ବାର ହେବା ଯୋଗୁଁ ଲୋକାଲ ଟ୍ରେନରେ ବହୁତ ଭିଡ଼ ହୋଇଥିଲା ଯାହା ଫଳରେ ସେ ଟ୍ରେନର ବଗି ଭିତରକୁ ଯିବାରେ ସକ୍ଷମ ହୋଇପାରି ନଥିଲେ । ଯାହା ଫଳରେ ସେ ଗେଟରେ ଛିଡ଼ା ହୋଇ ଯାତ୍ରା କରୁଥିଲେ | ଏହି ସମୟରେ ଅଚାନକ ଏକ ଝଟକା ପରେ ସେ ତଳକୁ ଖସି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ଚାର୍ମିଙ୍କୁ ତୁରନ୍ତ ଶାସ୍ତ୍ରୀ ନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଚାର୍ମି ଘାଟକୋପରରେ ଚାକିରୀ କରୁଥିଲେ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking