26.1 C
Bhubaneswar
Friday, March 29, 2024
Homeଓଡିଶାନାଗରିକତା ସଂଶୋଧନ ଆଇନକୁ ନେଇ ଓଡିଶା ମୁସଲିମ ସଂଗଠନର ବିରୋଧ

ନାଗରିକତା ସଂଶୋଧନ ଆଇନକୁ ନେଇ ଓଡିଶା ମୁସଲିମ ସଂଗଠନର ବିରୋଧ

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ନେଇ ଗତ କିଛିଦିନ ହେବ ଦେଶବାସୀ ରକ୍ତମୁଖା ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି । ସବୁଦିନ ଏହି ନାଗରିକତା ସଂଶୋଧନ ଆଇନକୁ ନେଇ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି । ତେବେ କେଉଁଠି ବସ, ଟ୍ରେନରେ ନିଆଁ ଲଗାଇ ଜାଳିଲେଣି ତ କେଉଁଠି ଟ୍ରେନ ଚଳାଚଳ ବନ୍ଦ କରୁଥିବା ଦେଖିବାକୁ ମିଳିଛି । ପଡ଼ୋଶୀ ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନକୁ ନେଇ ଜୋରଦାର ପ୍ରତିବାଦ କରୁଥିବା ବେଳେ ଏବେ ଓଡ଼ିଶାରେ ଆରମ୍ଭ ହୋଇଛି । ତେବେ ଆଜି ଲୋୟର ପିଏମଜି ଠାରେ ନାଗରିକତା ସଂଶୋଧନ ଆଇନକୁ ଓଡିଶା ମୁସଲିମ୍ ସଂଗଠନ ଗୁଡ଼ିକ ବିରୋଧ କରି ରାଜ୍ୟର ମୁସଲିମ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି ଆଇନକୁ ସମ୍ବିଧାନ ବିରୋଧୀ କହିବା ସହ ରାଜ୍ୟରେ ଏହା ଲାଗୁ ନ କରିବା ପାଇଁ ଦାବି କରିଛନ୍ତି ସଂଗଠନ । ଏହି ରାଲିରେ ବହୁ ସଂଖ୍ୟାରେ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ରାଜ୍ୟର ୪ ଜିଲ୍ଲାର ମୁସଲିମ୍ ସଂଗଠନର ପ୍ରତିନିଧି ଏନଆରସି ଲାଗୁ ନକରିବାକୁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ଏନଆରସି ଲାଗୁ ହେବ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ତେବେ ମୁସଲିମ ସଂଗଠନ ଗୁଡିକ ନାଗରିକତା ସଂଶୋଧନ ଆଇନ ଓ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟାର ହଟାଓ ଦାବିରେ ନାରାବାଜି ମଧ୍ୟ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking