28.1 C
Bhubaneswar
Saturday, April 27, 2024
Homeଓଡିଶାକଟକ SCB ମେଡିକାଲର ଆରମ୍ଭ ହେବ ନବକଳେବର କାମ

କଟକ SCB ମେଡିକାଲର ଆରମ୍ଭ ହେବ ନବକଳେବର କାମ

କଟକ: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ ଅର୍ଥାତ ଏସସିବିିକୁ ବିଶ୍ୱସ୍ତରୀୟ କରିବା ପାଇଁ ମାର୍ଚ୍ଚ ପହିଲାରୁ ନିର୍ମାଣ କାମ ଆରମ୍ଭ ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି ସକାଳୁ ଏସସିବି ଗସ୍ତ କରିବା ପରେ ବିଶ୍ୱସ୍ତରୀୟ କରିବା ପାଇଁ କାମ ତ୍ୱରାନ୍ୱିତ ହୋଇଛି । ଏଥି ପାଇଁ ଆବଶ୍ୟକ ପଡୁଥିବା ଜମିରେ ଥିବା କିଛି ଘର ଦ୍ୱାର ଉଚ୍ଛେଦ ହେବ । ତେବେ ଆଜି ସଂଧ୍ୟା ସୁଧା ଜିଲ୍ଲାପାଳ ଓ ଆରଡିସି ଜମି ଅଧିଗ୍ରହଣ ନେଇ ପ୍ରସ୍ତାବ ଦେବେ । କ୍ଷତିଗ୍ରସ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବା ସଂଗେ ସଂଗେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାଟର ଓ ଡାକ୍ତରଙ୍କ କ୍ୱାଟର ମଧ୍ୟ ଉଚ୍ଛେଦ ହେବ । ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ୩ ଲେନ୍‍ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking