25.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶସିଏଏ ଉପରେ ଲାଗିବନି ରୋକ : ସୁପ୍ରିମକୋର୍ଟ

ସିଏଏ ଉପରେ ଲାଗିବନି ରୋକ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାଖଲ ହୋଇଥିବା ୧୪୪ ଯାଚିକାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବର୍ତ୍ତମାନ ପାଇଁ ଆଶ୍ୱସ୍ତି ମିଳିଛି । ସିଏଏ ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ୪ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ଏ ବାବଦରେ ପକ୍ଷ ରଖିବାକୁ ନୋଟିସ୍ ପଠାଇଛନ୍ତି ସୁପ୍ରିମକୋର୍ଟ । ଆସାମ, ତ୍ରିପୁରା, ପୂର୍ବୋତ୍ତର ପାଇଁ ଅଲଗା ଭାବରେ ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି । ତେବେ ଆସାମ ଏବଂ ତ୍ରିପୁରା ପାଇଁ ୨ ସପ୍ତାହ ମଧ୍ୟରେ ଜବାବ ଦେବାକୁ ନୋଟିସ କରାଯାଇଛି । ଏହାସହ କୌଣସି ହାଇକୋର୍ଟରେ ସିଏଏ ସମ୍ପର୍କିତ ମାମଲାର ଶୁଣାଣି ହେବନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ସିଏଏ ବାବଦରେ ହୋଇଥିବା ଆବେଦନର ଶୁଣାଣି ସାମ୍ୱାଧାନିକ ପୀଠ ଦ୍ୱାରା ହେବ । ଏଥିପାଇଁ କ୍ୟାଟାଗୋରୀ କରାଯାଇଛି । ୫ ଜଣ ବିଚାରପତିଙ୍କ ଦ୍ୱାରା ଆବେଦନର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ କୋର୍ଟରେ ପକ୍ଷ ରଖି କହିଥିଲେ, କେନ୍ଦ୍ର ଏକ ପ୍ରାଥମିକ ସତ୍ୟପାଠ ପ୍ରସ୍ତୁତି କରିଛି । ଆଜି ଏହାକୁ ଦାଖଲ କରାଯିବ । ଏହି ମାମଲାରେ ପକ୍ଷ ରଖିବା ପାଇଁ ସରକାରଙ୍କୁ ସମୟ ଦେବାର ଆବଶ୍ୟକ ରହିଛି । ଯାହାକି ହୋଇନାହିଁ । ଜବାବରେ ଆଇନଜୀବୀ କପିଲ ଶିବଲ କହିଥିଲେ ପୂର୍ବରୁ ୪ ସପ୍ତାହ ଦିଆଯାଇଥିଲା କେନ୍ଦ୍ରକୁ । ତେଣୁ ଏବେ ତୁରନ୍ତ ସିଏଏ ଉପରେ ରୋକ୍ ଲଗାଯାଉ । ଏହାପରେ ସୁପ୍ରିମକୋର୍ଟ କହିଥିଲେ, କେନ୍ଦ୍ରର ପକ୍ଷ ନଶୁଣିବା ଯାଏ ସିଏଏ ଏବଂ ଏନପିଆର ଉପରେ ରୋକ୍ ଲଗାଇ ହେବନି ।
କୋର୍ଟରେ କେନ୍ଦ୍ର ପକ୍ଷ ରଖିବା ପରେ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆବେଦନର ଶୁଣାଣି ପାଇଁ ତାରିଖ ସ୍ଥିର କରିବେ । ଦରକାର ପଡ଼ିଲେ କୋର୍ଟ ପ୍ରତି ଦିନ ଏହି ମାମଲାର ଶୁଣାଣି କରିବେ ଏବଂ ୫ ସପ୍ତାହ ପରେ ଅନ୍ତରୀଣ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ପ୍ରଧାନ ବିଚାରପତି ଏସଏ ବୋବଡ଼େ କହିଛନ୍ତି । ଏମିତିକି ସୁପ୍ରିମକୋର୍ଟ ରାୟ ଦେବା ପୂର୍ବରୁ କୌଣସି ହାଇକୋର୍ଟ ସିଏଏକୁ ନେଇ ରାୟ ଶୁଣାଣି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଆସାମ ଯାଚିକାରେ ଅଲଗା ଶୁଣାଣି ହେବ ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ବୋବଡେ, ଜଷ୍ଟିସ୍ ଅବଦୁଲ ନଜୀର, ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି । ଚିଫ୍ ଜଷ୍ଟିସ୍ ଶୁଣାଣି ସମୟରେ କହିଛନ୍ତି ଯେ, କେନ୍ଦ୍ରର କଥା ନଶୁଣିବା ଯାଏଁ ଏକତରଫା ନିଷ୍ପତ୍ତି ନିଆଯିବ ନାହିଁ । ସମସ୍ତ ଯାଚିକା କେନ୍ଦ୍ର ନିକଟରେ ପହଁଚିବା ଜରୁରୀ ।
ନାଗରିକତା ସଂଶୋଧନ ଆଇନ ଅନୁଯାୟୀ, ପାକିସ୍ତାନ, ବାଙ୍ଗଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ପ୍ରତାଡିତ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତ୍ଵ ଦେବାର ପ୍ରାବଧାନ ରହିଛି । ଏହାର ଅର୍ଥ, ଧାର୍ମିକ ପ୍ରତାଡିତ ହିନ୍ଦୁ, ଶିଖ୍, ବୌଦ୍ଧ ଏବଂ କ୍ରିଶ୍ଚନ ସମ୍ପ୍ରଦାୟର ଲୋକମାନଙ୍କୁ ବାରତରେ ନାଗରିତ୍ଵ ଦିଆଯିବ । ଯେଉଂମାନେ ୨୦୧୪ ପୂର୍ବରୁ ଭାରତରେ ଆସି ଶରଣ ନେଇଛନ୍ତି ସେହିମାନଙ୍କୁ ନାଗରିକତ୍ଵ ପ୍ରଦାନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking