34.1 C
Bhubaneswar
Thursday, April 25, 2024
Homeଓଡିଶାଅନନ୍ୟ ପର୍ଯ୍ୟଟନସ୍ଥଳୀ ଶମୀବୃକ୍ଷ

ଅନନ୍ୟ ପର୍ଯ୍ୟଟନସ୍ଥଳୀ ଶମୀବୃକ୍ଷ

ମୟୂରଭଞ୍ଜ: ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୁଆ ଦିଶୁଥାଇ । ସତରେ ଏ ଉକ୍ତିଟି ପ୍ରତିପାଦିତ ହୁଏ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲାରେ । ସତେ ଯେପରି ପ୍ରକୃତିରାଣୀ ହାତ ଖୋଲି ସବୁ ପ୍ରକାର ସୌନ୍ଦର୍ଯ୍ୟତାକୁ ଢାଳିଦେଇଛି ଏ ଜିଲ୍ଲାରେ । ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଏ ଜିଲ୍ଲାରେ ଯେତେ ବୁଲିଲେ ବି ଏହାର ସୁନ୍ଦରତାକୁ ଭାଷାରେ ପ୍ରତିପାଦିତ କରିବା ଅସମ୍ଭବ । ପିକନିକ୍ ଋତୁ ହେଉ ହେଉ ଭିଡ ଜମିଯାଏ ଏ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ । ରାଜା ରାଜୁଡା ଅମଳରୁ ନିଜର କଳା-ସଂସ୍କୃତି ଏବଂ ପରମ୍ପରା ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇ ପାରିଛି । ଏ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକ ନିଜର ଅକୃତିମ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ପରିବେଶ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ନେଇ ପାରିଛି । ତେବେ ଏଠି ଆମେ କହୁଛୁ ଏ ଜିଲ୍ଲାରେ ଥିବା ଅନ୍ୟଏକ ପ୍ରସିଦ୍ଧ  ତଥା ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ସମୀବୃକ୍ଷ କଥା । ତେବେ ଏହି ପର୍ଯ୍ୟଟନ ସ୍ଥଳୀ ନିକଟରେ ନିର୍ମାଣ ହୋଇଥିବା କାଳଡ୍ୟାମ୍ ଏହାର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ ତଥା ମନ ମୁଗ୍ଧକର କରି ତୋଳୁଛି । ଏକ ବୃକ୍ଷାକୃତିର ପାହାଡକୁ ନେଇ ରହିଛି କିଛି ବିଶ୍ବାସ । ଅନ୍ୟପଟେ କିମ୍ବଦନ୍ତୀ କହେ ପୌରାଣିକ ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ସମୟରେ ନିଜର ଅସ୍ତ୍ରଶସ୍ତ୍ର କୁ ସମୀବୃକ୍ଷ ଭିତରେ ଲୁଚାଇ ରଖିଥିଲେ । କ୍ରମେ ଉକ୍ତ ବୃକ୍ଷ ଏକ ପାହାଡରେ ପରିଣତ ହୋଇଛି, ଯାହା ଏବେ ସମୀବୃକ୍ଷ ପାହାଡ ନାମରେ ଦଣ୍ଡାୟମାନ । ଯୋଉଥିପାଇଁ ଏକ ପବିତ୍ର ସ୍ଥାନ ଭାବେ ମଧ୍ୟ ପରିଗଣିତ ହୋଇଆସୁଛି । ଏହାର ଖୁବ ନିକଟରେ ରହିଛି କାଳଡ୍ୟାମ୍ । ଯାହାକି ସୌନ୍ଦର୍ଯ୍ୟରେ ଭରପୁର । କାଳକ୍ରମେ ଏଅଞ୍ଚଳ ସରକାରଙ୍କ ଦୃଷ୍ଟିକୁ ଆସି ଏବେ ଏକ ଅତ୍ୟାଧୁନିକତାରେ ପରିଣତ ହେବାକୁ ଯାଉଛି । ତେବେ ପରିବାର ସହ ଶମୀବୃକ୍ଷ ବୁଲି ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ ଅଥବା ପ୍ରେମୀଯୁଗଳ ଏଠାରେ କିନ୍ତୁ ବୋଟିଙ୍ଗ ସାଙ୍ଗକୁ ନୌକାବିହାର କରିବାର ସୁଯୋଗ ହାତଛଡା କରିନଥାନ୍ତି । ତେବେ ଦର୍ଶକମାନଙ୍କୁ ଆକର୍ଷିତ କରିବା ପାଇଁ କାଳଡ୍ୟାମର ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking