38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଗତ ୨୪ଘଣ୍ଟାରେ ରାଜ୍ୟରେ ୪୬,୪୦୪ କରୋନା ନମୁନା ପରୀକ୍ଷା

ଗତ ୨୪ଘଣ୍ଟାରେ ରାଜ୍ୟରେ ୪୬,୪୦୪ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ କରୋନା ତାର କାୟା ବିସ୍ତାର କରିସାରିଛି । ଏବେ ରାଜ୍ୟରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢିଚାଲିଛି । ଏହାର କାରଣ ରହିଛି ବହୁଳ ମାତ୍ରାରେ ଟେଷ୍ଟ । ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ କମ୍ ନମୁନା ପରୀକ୍ଷା କରାଯାଉଥିବା ପରିଲକ୍ଷିତ ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୬,୪୦୪ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି।

ଏଥିମଧ୍ୟରୁ ୭,୯୬୧ଟି ଆରଟିପିସିଆର ଏବଂ ୩୮,୩୮୫ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୫୮ଟି କରୋନା ନମୁନା ପରୀକ୍ଷା କରାଯାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ପୁର୍ବ ଦିନ ୨୪ଘଣ୍ଟାରେ ରାଜ୍ୟରେ ୪୮,୨୧୭ କରୋନା ନମୁନା ପରୀକ୍ଷା କରାଯାଇଥିଲା। ଏଥିମଧ୍ୟରୁ ୮,୭୯୧ଟି ଆରଟିପିସିଆର ଏବଂ ୩୯,୩୩୮ଟି ଆଣ୍ଟିଜେନ ଟେଷ୍ଟ ଓ ଟ୍ରୁନଟ୍‌ରେ ୮୮ଟି କରୋନା ନମୁନା ପରୀକ୍ଷା କରାଯାଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking