ଅଧ କୋଟି ଟଙ୍କାର ଗଞ୍ଜେଇ ଜବତ

ganja

ଭୁବନେଶ୍ବର: ନିଶା କାରବାରରେ ରାଜଧାନୀ ପାଲଟିଛି କେନ୍ଦ୍ରବିନ୍ଦୁ । ଆଜି ପୁଣି ଭୁବନେଶ୍ୱର ଉପକଣ୍ଠରୁ ୭୦୦କେ.ଜି ଗଞ୍ଜେଇ ଜବତ ହୋଇଛି । ଭୁବନେଶ୍ୱର – ଖୋର୍ଦ୍ଧା ରୋଡ଼ ଗୋଡିପଦା ଟୋଲଗେଟ୍ ନିକଟରୁ ଏହାକୁ ଜବତ କରାଯାଇଛି । ଟ୍ରକ୍ ଦ୍ୱାରା ନଡ଼ିଆ କତା ଭିତରେ ଲୁଚାଇ ଚାଲାଣ ହେଉଥିଲା ଅଧ କୋଟି ଟଙ୍କାର ଗଞ୍ଜେଇ । ଏହି ମାମଲାରେ ଟ୍ରକ୍ ଚାଳକ ଓ ହେଲପରକୁ ଅଟକ ରଖି ଏନସିବି ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହା ଏନସିବିର ଏକ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶରୁ ବାଲେଶ୍ବର ଯାଉଥିବା ଏକ ନଡ଼ିଆ କତା ବୋଝେଇ ଟ୍ରକରେ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ସୂଚନା ପାଇ ଭୁବନେଶ୍ବର ଉପକଣ୍ଠସ୍ଥ ଗୋଡ଼ିପଡ଼ା ଚେକଗେଟ୍ ନିକଟରେ ଏନସିବି ପକ୍ଷରୁ ଉକ୍ତ ଟ୍ରକକୁ ଅଟକାଯାଇଥିଲା। ଏହାପରେ ଉକ୍ତ ଟ୍ରକରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିଲା। ଆଜି ଭୋର ସମୟରେ ଏହି ଘଟଣା ଘଟିଛି।

LEAVE A REPLY

Please enter your comment!
Please enter your name here