32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଲକ୍ଷେ ପାର୍ କଲା କରୋନା ମୃତ୍ୟୁ

ଲକ୍ଷେ ପାର୍ କଲା କରୋନା ମୃତ୍ୟୁ

ନୂଆଦିଲ୍ଲୀ : କରୋନା ମହାମାରୀ ସମଗ୍ର ଦେଶରେ ତାର କାୟା ବହୁଳ ମାତ୍ରାରେ ବିସ୍ତାର କରିସାରିଛି । ଏବେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୪୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୧୦୬୯ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ସହ ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଛି ।ଏଥିସହ ଦିନକରେ ନୂଆ ୭୯,୪୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୩୪୫କୁ ବୃଦ୍ଧି ପାଇଛି । ଦେଶରେ ଏବେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୯,୪୪,୯୯୬ । ଏବେ ସୁଦ୍ଧା ୫୪ ଲକ୍ଷ ୨୭ ହଜାର ୭୦୬ଜଣ କରୋନାକୁ ହରାଇ ସୁସ୍ଥ ହୋଇ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ, ବିଶ୍ୱରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୬୦୫କୁ ବୃଦ୍ଧି ପାଇଛି । ସମଗ୍ର ବିଶ୍ୱରେ ମୋଟ ୩କୋଟି ୪୮ ଲକ୍ଷ ୧୩ହଜାର ୬୨୫ଜଣ ସଂକ୍ରମିତ ହୋଇଛନ୍ତି । କରୋନାରୁ ୨କୋଟି ୫୮ ଲକ୍ଷ ୭୪ ହଜାର ୭୩୭ ଜଣ ସୁସ୍ଥ ହୋଇଛନ୍ତି । ବିଶ୍ୱର ମୋଟ ୨୧୩ ଦେଶକୁ ବ୍ୟାପିଛି କରୋନା ମହାମାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking