32.1 C
Bhubaneswar
Friday, April 26, 2024
Homeକରୋନାଦେଶରେ ୨୪ ଘଣ୍ଟା ମଧ୍ୟରେ ୬୦ ହଜାର ୪୭୧ ଜଣ ଆକ୍ରାନ୍ତ ଚିହ୍ନଟ, ୨୭୨୬ ସଂକ୍ରିତଙ୍କ...

ଦେଶରେ ୨୪ ଘଣ୍ଟା ମଧ୍ୟରେ ୬୦ ହଜାର ୪୭୧ ଜଣ ଆକ୍ରାନ୍ତ ଚିହ୍ନଟ, ୨୭୨୬ ସଂକ୍ରିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨ ହଜାର ୭୨୬ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭ ହଜାର ୩୧କୁ ବୃଦ୍ଧି ପାଇଛି । ଦିନକରେ ୬୦ ହଜାର ୪୭୧ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୩ ହଜାର ୩୭୮ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୨ କୋଟି ୮୨ ଲକ୍ଷ ୮୦ ହଜାର ୪୭୨ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୨୫ କୋଟି ୯୦ ଲକ୍ଷ ୪୪ ହଜାର ୭୨ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଚାରେ ଦେଶରେ ପ୍ରାୟ ୧,୧୭,୫୨୫ ଜଣ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୮୨ ଲକ୍ଷକୁ ବୃଦ୍ଧି ପାଇଛି ଓ ଆରୋଗ୍ୟ ହାର ୯୫.୬୪ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ସହିତ ଦେଶର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୩ ହଜାର ୩୭୮କୁ ହ୍ରାସ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking