27.1 C
Bhubaneswar
Tuesday, May 7, 2024
Homeଓଡିଶା୧୬ ଟି ମନ୍ଦିରରେ ୧୪୪ ଧାରା ଜାରି

୧୬ ଟି ମନ୍ଦିରରେ ୧୪୪ ଧାରା ଜାରି

ଢେଙ୍କାନାଳ : ଗୋଟିଏ ପଟେ ମହାମାରି କରୋନା କଟକଣା ଓ ଅନ୍ୟପଟେ ରଜ ଉତ୍ସବ । ମାତ୍ର ଚଳିତ ବର୍ଷ ରଜ ସଂକ୍ରାନ୍ତି ନିମନ୍ତେ କଟକଣା ଜାରି କରାଯାଇଛି । କରୋନା କଟକଣା ଯୋଗୁଁ ରଜ ଉତ୍ସବ ପିକା ପଡିଯାଇଛି । କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାରେ ଥିବା କପିଳାଶ ଓ ଶପ୍ତଶର୍ଯ୍ୟା ସମତେ ୧୬ ଟି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି ।
ପ୍ରସିଦ୍ଧ ରଜ ସଂକ୍ରାନ୍ତିରେ ଘରେ ଘରେ ପିଠା ପଣାର ଆସର । ତେବେ କରୋନା ମହାମାରି ଯୋଗୁଁ ଏହି ଉତ୍ସବ ଫିକା ପଡିଛି ।

ଏପରିକି କରୋନା ସଂକ୍ରମଣ ଆଶଙ୍କାରେ ଢେଙ୍କାନାଳ ଜିଲ୍ଲାରେ ଥିବା ପ୍ରସିଦ୍ଧ ଶୈବପୀଠ କପିଳାଶ, ପର୍ଯ୍ୟଟନସ୍ଥଳି ସପ୍ତଶର୍ଯ୍ୟାର ଶ୍ରୀରାମ ମନ୍ଦିର, ଢେଙ୍କାନାଳ ସହରରେ ଥିବା ବଳରାମ ଜୀଉ ମନ୍ଦିର ସମେତ ୧୬ ଟି ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ଅପର ପକ୍ଷରେ ଦେବାଦେବୀ ମନ୍ଦିର ଦର୍ଶନ ଉପରେ କଟକଣା ଲାଗୁକରାଯାଇଛି । ତେବେ ରଜ ଉତ୍ସବରେ ଗ୍ରାମାଚଂଳରେ ସମୁହ ଦୋଳି ଖେଳକୁ ସଂପୁର୍ଣ୍ଣ ବାରଣ କରାଯାଇଛି । ଫଳରେ ଚଳିତ ବର୍ଷ ଜିଲ୍ଲାର ମଠ ମନ୍ଦିର ଗୁଡିକ ଖାଁ ଖାଁ ରହିଥିବାବେଳେ ଏହି ମହାମାରୀ ରଜର ମାହୋଲକୁ ପୁରା ଫିକା କରିଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking