36.1 C
Bhubaneswar
Sunday, May 19, 2024
Homeଓଡିଶାକୋରନା କଟକଣା ଭିତରେ କମିନି ରଜପାନ ସାଙ୍ଗକୁ ରଜ ଦୋଳି ମଉଜ

କୋରନା କଟକଣା ଭିତରେ କମିନି ରଜପାନ ସାଙ୍ଗକୁ ରଜ ଦୋଳି ମଉଜ

ଢେଙ୍କାନାଳ : ଉତ୍କଳୀୟ ପରମ୍ପରା ରଜ ଉତ୍ସବ ପାଇଁ ଘରେ ଘରେ ପିଠା ପଣାର ଆସର । ତେବେ ଚଳିତ ବର୍ଷ ମହାମାରୀ କରୋନାର ଦ୍ୱିତୀୟ ଲହର ଏହି ରଜ ଉତ୍ସବକୁ କଟକଣା ଭିତରେ ସିମିତ ରଖିଛି । ତଥାପି ଢେଙ୍କାନାଳ ଜିଲ୍ଲାର ସଦର ମହକୁମାରେ କମୁନାହିଁ ଉତ୍ସାହ। ସେଥିପାଇଁ ଗାଁ ଠାରୁ ସହର ସବୁଆଡେ କରୋନା କଟକଣା ଭିତରେ ଘରେ ଘରେ ପାଳୁଛନ୍ତି ରଜ ପର୍ବ । ବିଶେଷ କରି ଢେଙ୍କାନାଳ ସହରର ଗୁଡିଆନାଳି ଚାନ୍ଦମାରି ସାହିରେ ରଜ ଉତ୍ସବର ପରମ୍ପରାର ଛାପ ଦେଖିବାକୁ ମିଳିଛି । କୋଭିଡ୍ କଟକଣା ମଧ୍ୟରେ ଏହି ଉତ୍ସବକୁ ପାଳିବାକୁ ଯୁବତୀ ଓ ମହିଳା ମାନେ ଭୁଲିନାହାନ୍ତି । ଏପରିକି ପହିଲି ରଜରେ ଝିଅମାନେ ପାଦରେ ଅଳତା ଓ ନୁଆ ଜାମା ପିନ୍ଧି ହାତରେ ମେହେନ୍ଦି ଆଉ ମୁହଁରେ ମାସ୍କ ଲଗାଇ ଏକାଠି ହୋଇଥାନ୍ତି । ପରଷ୍ପରକୁ ରଜପାନ ଖୁଆଇ ରଜପର୍ବ ପାଳିଥାନ୍ତି । ତେବେ ଗୋଷ୍ଠି ହୋଇ ରଜ ଦୋଳି ଖେଳିବା କଟକଣା ରହିଥିବାରୁ ଜଣ ଜଣ କରି ଦୋଳିର ମଜା ନେଉତିବା ଦେଖାଯାଇଛି । କହିବାକୁ ଗଲେ ଢେଙ୍କାନାଳ ଜିଲ୍ଲାରେ ଏହି ଉତ୍ସବ ଉପରେ କଟକଣା ରହିଥିଲେ ମଧ୍ୟ କୁମାରୀ ମାନଙ୍କ ମନରୁ ଉତ୍ସହ କମିନଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking