31.1 C
Bhubaneswar
Tuesday, May 7, 2024
Homeଓଡିଶାଗଂଜାମରେ ଦିଆଯିବ କୋଭାକ୍ସିନ

ଗଂଜାମରେ ଦିଆଯିବ କୋଭାକ୍ସିନ

ଭୁବନେଶ୍ୱର: ଭୁବନେଶ୍ୱର ଭଳି ଗଂଜାମ ଜିଲ୍ଲାରେ କୋଭାକ୍ସିନ ଟିକା ଦିଆଯିବ । ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ପାଇଁ କୋଭାକ୍ସିନ ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଗଂଜାମ ଜିଲ୍ଲାପାଳ ଓ ବିଇଏମସି କମିଶନରଙ୍କୁ ଚିଠି କରାଯାଇଛି । ଚିଠି ଲେଖି ସ୍ୱାସ୍ଥ୍ୟ ବିଭାଗ ଏସିଏସ ପ୍ରଦୀପ୍ତ ମହାପାତ୍ର । ପ୍ରଥମ ଡୋଜ ନେଇନଥିବା ଲୋକଙ୍କୁ ଏଣିକି କୋଭାକ୍ସିନ ଦିଆଯିବ । ଦ୍ୱିତୀୟ ଡୋଜ୍ ବାକିଥିବା ଲୋକଙ୍କୁ କୋଭିସିଲ୍ଡ ଦେବାକୁ ନିଷ୍ପତି ହୋଇଛି ।
ଅନ୍ୟପଟେ ଟିକା ପ୍ରସଙ୍ଗରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ । ଘରୋଇ ହସ୍ପିଟାଲ କୋଟା ୨୫ ପ୍ରତିଶତ ଟିକାର ବଳକା ଟିକା ରାଜ୍ୟକୁ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ରାଜ୍ୟରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ ଥିବାରୁ କୋଟା ଟିକା ବଳୁଛି । ବଳକା ଟିକା ଜୁନର ୮.୫୯ ଲକ୍ଷ ଓ ଜୁଲାଇର ୮.୬୦ ଲକ୍ଷ  ରାଜ୍ୟକୁ ମିଳୁ । ରାଜ୍ୟକୁ ଘରୋଇ ହସ୍ପିଟାଲ ଟିକା ମିଳିଲେ ଟିକାଦାନ ତ୍ୱରାନ୍ୱିତ ହେବ ବୋଲି ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking