35.1 C
Bhubaneswar
Sunday, May 19, 2024
Homeଓଡିଶାଭିଏସଏସ ନଗର ମାର୍କେଟ ସିଲ୍‌

ଭିଏସଏସ ନଗର ମାର୍କେଟ ସିଲ୍‌

ଭୁବନେଶ୍ୱର: ଭୁବନେଶ୍ୱର ଭିଏସଏସ ନଗର ମାର୍କେଟ ସିଲ ହୋଇଛି । କୋଭିଡ ଗାଇଡଲାଇନ ଉଲ୍ଲଂଘନ ପାଇଁ ବିଏମସି ବନ୍ଦ କରିଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଭିଏସଏସ ନଗର ମାର୍କେଟ ବନ୍ଦ ରହିବ । ଏହା ପୂର୍ବରୁ ମଧ୍ୟ ବିଏମସି ଅନେକ ସ୍ଥାନରେ ଚଢାଉ କରି ବିଭିନ୍ନ ମାର୍କେଟ ଓ ହାଟ ସିଲ କରିଛି ।

ଜୁଲାଇ ମାସ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ରାଜ୍ୟ ସରକାର କିଛି ମାତ୍ରାରେ ଢ଼ିଲା ଦେଇଛନ୍ତି। ଏହାର ସୁଯୋଗ ନେଇ ଲୋକମାନେ ବେଫିକର ହୋଇଯାଇଛନ୍ତି। କୋଭିଡ୍‌ ଗାଇଡଲାଇନକୁ ଉଲ୍ଲଂଘନ ମନଇଚ୍ଛ ମାର୍କେଟରେ ବୁଲୁଛନ୍ତି। ଏପରିକି ଅଜଥାରେ ଗହଳି କରୁଛନ୍ତି। ଦୋକାନୀମାନେ ମଧ୍ୟ ଆବଶ୍ୟକତାଠାରୁ ଅଧିକ ଲୋକଙ୍କୁ ଦୋକାନ ଭିତରେ ଗହଳି କରିବାକୁ ଦେଉଛନ୍ତି। ଯେଉଁଥିପାଇଁ ବିଏମ୍‌ସି ସ୍କ୍ୱାର୍ଡ଼ ଚଢ଼ଉ କରି ସିଲ୍‌ କରିବା ସହିତ ଜରିମାନା କରୁଛି।

ଗତ ୨୮ ତାରିଖରେ କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟକୁ ସିଲ୍‌ କରିଥିଲା ବିଏମ୍‌ସି। ଏଥିସହ ଦୋକାନ ମାଲିକଙ୍କଠାରୁ ୭୫ ହଜାର ଟଙ୍କା ଫାଇନ୍‌ ଆଦାୟ କରିଥିଲା। ସେହିପରି ଦୋକାନ ଭିତରେ ଥିବା ପ୍ରତି ଗ୍ରାହକଙ୍କଠାରୁ ୫୦୦ ଟଙ୍କା ଲେଖାଏଁ ଫାଇନ୍‌ ଆଦାୟ କରିଥିଲା। ଉକ୍ତ ଦୋକାନରେ ଥିବା ଗ୍ରାହକଙ୍କଠାରୁ ମୋଟ୍‌ ୨୫ ହଜାର ଫାଇନ ଆଦାୟ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking