28.1 C
Bhubaneswar
Saturday, April 27, 2024
Homeଓଡିଶାରାଜ୍ୟରେ ଆଉ ୧୫ ରୋଗୀ ଚିହ୍ନଟ, ଭୁବନେଶ୍ୱରର ବମିଖାଲ ଅଂଚଳ ସିଲ୍‌

ରାଜ୍ୟରେ ଆଉ ୧୫ ରୋଗୀ ଚିହ୍ନଟ, ଭୁବନେଶ୍ୱରର ବମିଖାଲ ଅଂଚଳ ସିଲ୍‌

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବର୍ତମାନ ସୁଦ୍ଧା ୨୦ରେ ପହଂଚିଲା । ଆଜି ରାଜ୍ୟରେ ୧୫ ଛୁଇଁଛି । ସୂର୍ଯ୍ୟନଗରରେ ୭, ପୁରୀ, ୧, ଯାଜପୁର,୧, ବମିଖାଲ, ୩, କଟକ,୧,ଭଦ୍ରକ,୨ ପହଂଚିଛି । ସୂର୍ଯ୍ୟନଗର ଅଚଂଳରେ ପ୍ରଦିପ୍ତ ଦଳବେହେରାଙ୍କ ପରିବାରୁ ସ୍ତ୍ରୀ, ଝିଅ ଓ ତାଙ୍କ ଘରେ ଭଡ଼ାରେ ରହୁଥିବା କିଛି ବ୍ୟକ୍ତି ମିଶି ୭ଜଣ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି । ଯାହା ପରିବାର ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଆଜି ଭୁବନେଶ୍ୱର, ଭଦ୍ରକ ଓ କଟକ ସହରକୁ ୪୮ଘଣ୍ଟା ସମ୍ପୂର୍ଣ୍ଣ ବନ୍ଦ ରଖାଯାଇଛି । ଏକ ପ୍ରକାର କର୍ଫୂ ଜାରି କରାଯାଇଛି । ଏବେ ଆଉ ଦୁଇଟି ସହର ଯାଜପୁର ଓ ପୁରୀ ସାମିଲ ହେଲାଣି । କିନ୍ତୁ ପ୍ରଶାସନ ପକ୍ଷରୁ ଏଠାରେ କର୍ଫୂ କଥା ଘୋଷଣା କରାଯାଇ ନାହିଁ । ବମିଖାଲ ଅଂଚଳରେ ୩ଜଣ ଚିହ୍ନଟ ହୋଇଥିବାରୁ ସେ ଅଂଚଳକୁ ସମ୍ପୂର୍ଣ୍ଣ ସିଲ କରିଦିଆଯାଇଛି । ବମିଖାଲ ଭିତରକୁ ସାଧାରଣ ଯାତାୟତ ବନ୍ଦ କରିଦିଆଯାଇଛି । ସୂର୍ଯନଗର ଭଳି ବିମିଖାଲକୁ ସମ୍ପୂଣ୍ଣ ଭାବେ ସମସ୍ତ ଯାତାୟତକୁ ବନ୍ଦ ରଖାଯାଇଛି ।
ବମିଖାଲର ଏକ୍ରାମ ସିନେମା ହଲ ଠାରୁ ଝାରପଡ଼ା କେନାଲ ରୋଡ ଓ ଝାରପଡ଼ା କେନାଲ ରୋଡ ଠାରୁ ଦୁର୍ଗାମଣ୍ଡପ ପର୍ଯ୍ୟନ୍ତ ସିଲ କରାଯାଇଛି । ଦୁର୍ଗାମଣ୍ଡପ ଠାରୁ କଟକ- ପୁରୀ ରୋଡର ଡିବିସି ବ୍ୟାଙ୍କ ସ୍କୋୟାର ପର୍ଯ୍ୟନ୍ତ ସିଲ ହୋଇଛି । ଏଥିସହ କଟକ- ପୁରୀ ଡିବିସି ବ୍ୟାଙ୍କ ସ୍କୋୟାର ଠାରୁ ଏକ୍ରାମ ହଲ ଯାଏଁ ସିଲ କରାଯାଇଛି । ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଅଂଚଳରେ ସମସ୍ତ ଦୋକାନ ବଜାର ଓ ଅଫିସ ବନ୍ଦ ରହିବ । ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରି ଯୋଗାଇ ଦିଆଯିବ । ବମିଖାଲ ଅଂଚଳର କୌଣସି ବ୍ୟକ୍ତିଙ୍କୁ ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକଙ୍କ ଠାରୁ ତଥ୍ୟ ଆଣିବା ଅଧିକାରୀ ନିଯୁକ୍ତ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking