30.1 C
Bhubaneswar
Wednesday, April 24, 2024
Homeଓଡିଶାକଂଗ୍ରେସ ଦଳ ତରଫରୁ ସେନିଟାଇଜେସନ୍ କାର୍ଯ୍ୟକ୍ରମ, ସାମାଜିକ ଦୂରତାକୁ ଦିଆଗଲା ପ୍ରାଥମିକତା

କଂଗ୍ରେସ ଦଳ ତରଫରୁ ସେନିଟାଇଜେସନ୍ କାର୍ଯ୍ୟକ୍ରମ, ସାମାଜିକ ଦୂରତାକୁ ଦିଆଗଲା ପ୍ରାଥମିକତା

ବଲାଙ୍ଗୀର,- ସଂପ୍ରତି ଲକ୍ ଡାଉନ ଦ୍ୱାରା ପ୍ରଭାବିତ ଗରିବ, ଦୁସ୍ଥ, ନିରାଶ୍ରୟ ତଥା ଅନାହାରରେ ଥିବା ଜନସାଧାରଣଙ୍କୁ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ସହଯୋଗ ପ୍ରଦାନ ନିମନ୍ତେ କଂଗ୍ରେସ ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛିା ବରିଷ୍ଠ କଂଗ୍ରେସ ନେତା ଅସିମ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସୁଦାମ ସାହୁ, ମନୀଷ ମିଶ୍ର, ଅସୀତ ମିଶ୍ର, ଅଜୟ ବାଲି, ସନ୍ତକ ବହିଦାର, ବୁଲୁ ଦାନି, ଅଙ୍କିତ ସାହୁ, ଉମାଶଙ୍କର ପଣ୍ଡା, ପ୍ରେମ ପ୍ରକାଶ ମିଶ୍ର, ମିଳନୀ ସାହୁ, ସାନନ୍ଦ ମିଶ୍ର, ସରୋଜ କୁମାର ରଥ, ଦାମୋଦର ବଘାର, ରାମଜୀ ଚୈାଧୁରୀ ଓ ପପୁ ପାତ୍ର ପ୍ରମୁଖ କଂଗ୍ରେସ ନେତାମାନେ ସଦସ୍ୟ ଥିବା ସୁଚନା ରହିଛି । ତେବେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସହରାଞ୍ଚଳ ତଥା ବିଭିନ୍ନ ଗ୍ରାମାଞ୍ଚଳରେ ବସବାସ କରୁଥିବା ସରକାରୀ ସହାୟତାରୁ ବଂଚିତ ଗରିବ ପରିବାର ଓ ଶ୍ରମଜିବୀମାନଙ୍କୁ ଚିହ୍ନଟ କରି ଆବଶ୍ୟକ ସହାୟତା ପ୍ରଦାନ ସହିତ ଜିଲ୍ଲା ପ୍ରଶାସନର ନଜରକୁ ଆଣି ଖାଦ୍ୟ, ଔଷଧ, ବସ୍ତ୍ର ଆଦିର ବ୍ୟବସ୍ଥା କରାଇବା ଦିଗରେ ଏହି କମିଟି କାର୍ଯ୍ୟ କରିବ ବୋଲି ଦଳ ପକ୍ଷରୁ ପ୍ରକାଶ । ଲକ୍ ଡାଉନ କଟକଣାକୁ ଉଲଂଘନ ନ କରି ତଥା ସାମାଜିକ ଦୂରତା ବଜାୟ ରଖି ସାମାଜିକ ଗଣମାଧ୍ୟମ ଜରିଆରେ ସମସ୍ତ ଯୋଗାଯୋଗ ଓ ବ୍ୟବସ୍ଥାକୁ ପରିଚାଳନା ନିମନ୍ତେ ଦଳ ପକ୍ଷରୁ କଂଗ୍ରେସ ହେଲ୍ପିଂ ହେଣ୍ଡ ନାମରେ ଏକ ସ୍ୱତନ୍ତ୍ର ହ୍ୱାଟସ୍‌ଆପ ଗ୍ରୁପ ଗଠନ କରାଯାଇ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସମସ୍ତ ୱାଡ ଓ ପଂଚାୟତର ସକ୍ରିୟ ସଦସ୍ୟମାନଙ୍କୁ ଏଥିରେ ସାମିଲ କରାଯାଇଛି । ଏଥି ସହିତ କରୋନା ଭୁତାଣୁ ସଂକ୍ରମଣ ଜନିତ ଭୟାବହତା ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇ ଚିକିତ୍ସା ବିଜ୍ଞାନ ସମ୍ମତ ସମସ୍ତ ପ୍ରତିଷେଧାତ୍ମକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଜନସଚେତନତା ଜାଗ୍ରତ ସହିତ ସରକାରୀ ସହାୟତା ଯେପରି ପ୍ରକୃତ ନିରାଶ୍ରୟ ଓ ଅନାହାରରେ ଥିବା ବ୍ୟକ୍ତି ନିକଟରେ ପହଞ୍ôଚ ପରିବ ଏବଂ ଏଥିରେ ଯେପରି ବ୍ୟତିକ୍ରମ ତଥା ଅନିୟମିତତା ନ ହେବ ସେ ଦିଗରେ ମଧ୍ୟ ସଜାଗ ଦୃଷ୍ଟି ରଖାଯିବ ବୋଲି କଂଗ୍ରେସ ଦଳ ପକ୍ଷରୁ ପ୍ରକାଶ କରାଯାଇଛି ।
ଏହି ପରିପ୍ରେକ୍ଷିରେ ଆଜି ବଲାଙ୍ଗିର ନଗର କଂଗ୍ରେସ ପକ୍ଷରୁ ସାମାଜିକ ଦୂରତା ନିୟମ ପାଳନ ସହିତ ଲଗ୍ ଡାଉନ କଟକଣା କୋହଳ ସମୟରେ ସ୍ଥାନୀୟ ଦୈନିକ ବଜାର ଓ କୋସଲ କଳା ମଣ୍ଡପ ବଜାରର ପ୍ରବେଶ ଦ୍ୱାର ଗୁଡିକରେ ଜନସଚେତନତା କାର୍ଯ୍ୟକ୍ରମ ସହିତ ଜନସାଧାରଣ ତଥା ବ୍ୟବସାୟୀମାନଙ୍କ ପାଇଁ ସେନିଟାଇଜେସନ୍ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ମନୀଷ ମିଶ୍ର, ଅଜୟ ବାଲି, ସଂଜୟ ମିଶ୍ର, ଅଙ୍କିତ ସାହୁ, ସ୍ୱଦିପ ପଟ୍ଟନାୟକ ସୁଦର୍ଶନ ମିଶ୍ର, ଅମୁଲ୍ୟ ସେଠ, ସୁନିଲ ବେହେରା, ବିଟୁନ ସ୍ୱାଇଁ, ବିରେନ୍ଦ୍ର ବାବୁ, ଲବ ବାଗ, ଆଶୁତୋଷ ମହାନ୍ତି, ପ୍ରମୋଦ ନନ୍ଦ, ବୁଲୁ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking