30.1 C
Bhubaneswar
Monday, May 6, 2024
Homeଓଡିଶାକୋଭିଡ ପରେ ଦୁର୍ବିଶହ ଜୀବନ: ସବୁଠି ପରିବାର ପ୍ରତିପୋଷଣ ଚିନ୍ତା

କୋଭିଡ ପରେ ଦୁର୍ବିଶହ ଜୀବନ: ସବୁଠି ପରିବାର ପ୍ରତିପୋଷଣ ଚିନ୍ତା

ପାଲୁର :କରୋନା ମହାମାରୀ ଯୋଗୁଁ ସାଧାରଣଙ୍କ ଜୀବନ ଦୁର୍ବିଶହ ହୋଇ ପଡିଛି । ସବୁଠି ବେଶୀ କଷ୍ଟ ଭୋଗୁଛନ୍ତି ଶ୍ରମିକ,ଖଟିଖିଆ, ଦିନ ମଜୁରିଆ । ଗଞ୍ଜାମ ବ୍ଲକର ପ୍ରବାସୀ ଓ ଦାଦନ ଶ୍ରମିକଙ୍କ କଷ୍ଟ ଏବଂ ଅସହାୟତା ବହୁ ମାତ୍ରାରେ ବଢ଼ି ଯାଇଛି । ଲକଡାଉନ ପରେ ଯେଉଁମାନେ ନିଜ କର୍ମସ୍ଥଳରୁ ଭିଟାମାଟିକୁ ଫେରିଥିଲେ ସେମାନେ ପେଟପାଟଣା ପାଇଁ ପୁଣି ଥରେ ବାହାର ରାଜ୍ୟକୁ ଯାଉଛନ୍ତି । ହେଲେ କୋଭିଡ଼ ପରବର୍ତ୍ତୀ ଚିତ୍ର ସମ୍ପୂର୍ଣ ବଦଳି ଯାଇଛି । ବିନା ଆଡ଼ଭାନ୍ସ ବା ଅଗ୍ରୀମ ଟଙ୍କା ନନେଇ ଶ୍ରମିକମାନେ କାମ କରିବାକୁ ଚାଲି ଯାଉଥିବା ସୂଚନା ମିଳିଛି ।

ଗଞ୍ଜାମ ବ୍ଲକର ସାନରାମଚନ୍ଦ୍ରପୁର, ଝାରେଡ଼ି ରାଧାଗୋବିନ୍ଦପୁର, ରାମଗଡ଼,ହୁମ୍ମା, ପାଳିବନ୍ଧ, ସୁବଳୟା,ମଲାଡ, ଖଣ୍ଡିଦେଉଳି, କାଇଚପୁର, କରପଡା, ପାଳଙ୍ଗ ,ପୋଇରାଶି,ରାଜପୁର,ସନ୍ତୋଷପୁର,ୟୁଡିଏସପୁର ଆଦି ପଞ୍ଚାୟତର ରାଜ୍ୟ ବାହାରକୁ ବହୁ ସଂଖ୍ୟକ ଦାଦନ ଶ୍ରମିକ ଚାଲାଣ ହୋଇଥାନ୍ତି । ଶ୍ରମିକ ଚାଲାଣ ବହୁବିଧ କାରଣ ଭିତରୁ ଅଗ୍ରୀମ ଟଙ୍କା ବା ଆଡ଼ଭାନ୍ସ ମନିର ଆକର୍ଷଣ ଅନ୍ୟତମ ପ୍ରସଙ୍ଗ ବୋଲି ବିବେଚନା କରାଯାଏ । ରାଜ୍ୟ ବାହାର ଇଟା ଭାଟି ମାଲିକଙ୍କ ଠାରୁ ସର୍ଦ୍ଦାରଙ୍କ ଜରିଆରେ ଦାଦନ ଶ୍ରମିକମାନେ ପରିବାର ସଦସ୍ୟ ପିଚ୍ଛା ମୋଟା ଅଙ୍କର ଅଗ୍ରୀମ ଟଙ୍କା ପାଇଥାନ୍ତି । ସେହି ଟଙ୍କା ପାଇବା ପରେ ବହୁ ସଂଖ୍ୟକ ଶ୍ରମିକ ପରିବାର ସହ ରାଜ୍ୟ ବାହାରକୁ ଯାଇଥାନ୍ତି । ଦାଦନ ଶ୍ରମିକ ପରିବାର ବା ଗୋଷ୍ଠୀ ଥରେ ରାଜ୍ୟ ବାହାରକୁ ଚାଲିଗଲେ ସେଠାରେ ଆର୍ôଥକ ଶୋଷଣ ଓ ନିର୍ଯ୍ୟାତନା ପାଉଥିବା ନଜିର ରହିଛି ।

ଚଳିତ ବର୍ଷ କୋଭିଡ଼ ପରବର୍ତ୍ତୀ ଚିତ୍ର ବଦଳି ଯାଇଛି । ଏବେ ଗଞ୍ଜାମ ବ୍ଲକରୁ ହଜାର ହଜାର ଶ୍ରମିକ ଚାଲାଣ ହେଉଥିଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଉ ପୂର୍ବଭଳି ଆଡଭାନ୍ସ ଟଙ୍କା ଦିଆ ଯାଉ ନାହିଁ । କୋଭିଡ଼ ମହାମାରୀ ଜାରି ରହିଥିବାରୁ ଆଗକୁ ପରିସ୍ଥିତି କଣ ହେବ ସେନେଇ ଆଶଙ୍କା ଜାରି ରହିଛି । ଏପରିସ୍ଥଳେ ରାଜ୍ୟ ବାହାର ଇଟାଭାଟି ମାଲିକମାନେ ପୂର୍ବଭଳି ଆଉ ଦାଦନ ଶ୍ରମିକଙ୍କୁ ଆଡ଼ଭାନ୍ସ ଦେଉ ନାହାଁନ୍ତି । ଆଡ଼ଭାନ୍ସ ଦେଇଦେଲେ କାଳେ ଶ୍ରମିକ ଯିବେ ନଯିବେ, ଅଧାବାଟରୁ ଫେରି ଆସିବେ ଏବଂ ଆଗକୁ ପରିସ୍ଥିତି କ\’ଣ ହେବ ଏକଥା ଭାବି ଇଟାଭାଟି ମାଲିକମାନେ ଶ୍ରମିକମାନଙ୍କୁ ଆଗଭଳି ଆଉ ଅଗ୍ରୀମ ଦେଉ ନାହାଁନ୍ତି । ସେମାନେ ସର୍ଦ୍ଦାରମାନଙ୍କୁ ଅଳ୍ପ ପରିମାଣର ଆଡ଼ଭାନ୍ସ ଦେଇ ବା ଇଟାଭାଟିରେ ପହଞ୍ଚିଲା ପରେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ ବିନା ପଞ୍ଜିକରଣରେ ରାଜ୍ୟ ବାହାରକୁ ନେଉଥିବା ଜଣା ପଡ଼ିଛି । ଏପଟେ କରୋନା ମହାମାରୀ ପରେ ପରିବାର ପ୍ରତିପୋଷଣ ଅସମ୍ଭାଳ ହୋଇ ପଡ଼ିବାରୁ ଗଞ୍ଜାମ ବ୍ଲକର ଦାଦନ ଶ୍ରମିକମାନେ ଅତି କମ୍ ବା ବିନା ଆଡ଼ଭାନ୍ସ ଟଙ୍କାରେ ଯିବାକୁ ବାଧ୍ୟ ହେଉଥିବା ଜଣା ପଡ଼ିଛି । ଗଞ୍ଜାମ ବ୍ଲକରୁ ଏପର୍ଯ୍ୟନ୍ତ ବହୁ ଶ୍ରମିକ ପରିବାର ବିନା ଆଡ଼ଭାନ୍ସରେ ଚାଲାଣ ହୋଇଥିବା ଖବର ମିଳିଛି । ପୂର୍ବରୁ ଆଡ଼ଭାନ୍ସ ଟଙ୍କା ପାଇଲା ପରେ ମଧ୍ୟ ଦାଦନ ଶ୍ରମିକମାନେ ଆର୍ôଥକ ଶୋଷଣ ଓ ନିର୍ଯାତନା ଭୋଗୁଥିଲେ । ଏବେ ଅତି କମ ବା ବିନା ଆଡ଼ଭାନ୍ସରେ ଶ୍ରମିକ ଚାଲାଣ ହେଉଥିବାରୁ ପରିସ୍ଥିତି କେତେ ଉଦବେଗଜନକ ହେବ ଗଞ୍ଜାମ ବ୍ଲକର ବୁଦ୍ଧିଜୀବୀ ଓ ଶ୍ରମିକ ସଂଗଠନ ଆଶଙ୍କା ବ୍ୟକ୍ତ କରିଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଶ୍ରମିକମାନଙ୍କ ପଞ୍ଜିକରଣ ହେଉ ନଥିବାରୁ ଆଗକୁ ସମସ୍ୟା ଘନେଇବ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି । ଏନେଇ ଜିଲ୍ଲା ଶ୍ରମ ଅଧିକାରୀ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking