32.1 C
Bhubaneswar
Sunday, May 19, 2024
Homeଓଡିଶାଦାବିପୂରଣ ନହେଲେ ନବୀନନିବାସ ସମ୍ମୁଖରେ ଅନଶନ

ଦାବିପୂରଣ ନହେଲେ ନବୀନନିବାସ ସମ୍ମୁଖରେ ଅନଶନ

ଝାରସୁଗୁଡା: ନିଯୁକ୍ତି, କ୍ଷତିପୂରଣ ଓ ଥଇଥାନ ଦାବିରେ ଲଖନପୁର ଜିଏମ୍ ଅଫିସ୍ ସମ୍ମୁଖରେ ଦର୍ଲ୍ଲିପାଲି ଗ୍ରାମବାସୀ କରୁଥିବା ଅନଶନକୁ ଆଜି ଏକ ମାସ ପୁରିଲା । ଇତି ମଧ୍ୟରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଅନଶନସ୍ଥଳୀକୁ ୪ ଥର ଏବଂ ବରଗଡ ସାଂସଦ ସୁରେଶ ପୂଜାରୀ ଥରେ ଆସି ଗ୍ରାମବାସୀଙ୍କୁ ସମର୍ଥନ ଜଣାଇଛନ୍ତି । ଏହାସହ ଜିଲ୍ଲାର ବିଭିନ୍ନ ଦଳର ନେତା ତଥା କାର୍ଯ୍ୟକର୍ତ୍ତାମାନେ ବାରମ୍ବାର ଅନଶନସ୍ଥଳୀକୁ ପହଞ୍ଚି ଅନଶନକୁ ସମର୍ଥନ ଜଣାଉଛନ୍ତି । ହେଲେ ବିଡମ୍ବନାର ବିଷୟ ଗ୍ରାମବାସୀଙ୍କ ଦାବିକୁ ପୂରଣ କରିବା ତ ଦୂରର କଥା ଏଯାଏଁ ଏମସିଏଲ କର୍ଣ୍ଣପାତ ମଧ୍ୟ କରିନାହିଁ । କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ଆସି ଗ୍ରାମବାସୀଙ୍କୁ ବୁଝାସୁଝା କରି ନାହାନ୍ତି କି ଆଲୋଚନା କରି ନାହାନ୍ତି । ଅନ୍ୟପଟେ ଦିନ ରାତି ଏକ କରି ନିଜ ହକ୍ ପାଇବା ଆଶାରେ ଦର୍ଲ୍ଲିପାଲି ଗ୍ରାମବାସୀ ଅନଶନରେ ବସିଥିବା ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯଥାଶୀଘ୍ର ଯଦି ସେମାନଙ୍କ ଦାବିକୁ ପୂରଣ କରାନଯାଏ ତେବେ ସେମାନେ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘର ସମ୍ମୁଖରେ ଅନଶନରେ ବସିବେ ।

ଦର୍ଲ୍ଲିପାଲି ଗ୍ରାମବାସୀ କହିଛନ୍ତି ଯେ, କୋଇଲା ଖନନ ପାଇଁ ତାଙ୍କ ଗ୍ରାମକୁ ଏମସିଏଲ ଅଧିଗ୍ରହଣ କରିଛି । ଲୋକଙ୍କ ଘରଦ୍ୱାରକୁ ମାଟିରେ ମିଶାଉଛି । ହେଲେ ଗ୍ରାମବାସୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ନିଯୁକ୍ତି ପ୍ରଦାନ କରୁନାହିଁ । ଫଳରେ କୋଇଲା ଖନନ ପାଇଁ ନିଜର ଘରଦ୍ୱାର, ଜମିବାଡି, ଭିଟାମାଟି ହରାଇଥିବା ଲୋକେ ଉପେକ୍ଷିତ ଓ ଅବହେଳିତ ହେଉଛନ୍ତି । ତେଣୁ ୨୦୧୮ ମସିହାରେ ଦର୍ଲ୍ଲାପାଲି ଗ୍ରାମରେ ଏମସିଏଲ କରିଥିବା ସର୍ଭେକୁ କଟଅଫ ଡେଟ ଅନୁସାରେ ନିର୍ଦ୍ଧାରିତ କରି ଯୋଗ୍ୟତା ଏବଂ ନିୟମ ଅନୁଯାୟୀ ଏମସିଏଲ କିମ୍ବା ଏମସିଏଲ ଅଧିନସ୍ତ କମ୍ପାନୀରେ ଗ୍ରାମବାସୀଙ୍କୁ ନିଯୁକ୍ତି, ଥଇଥାନ ପାଇଁ ଜମି, ଘର, ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରୁବୋଲି ଗ୍ରାମବାସୀ ଦାବି କରିଛନ୍ତି । ଯଦି ଏହି ଦାବିଗୁଡିକୁ ଶୀଘ୍ର ପୂରଣ କରା ନ ଯାଉଛି ତେବେ ଗ୍ରାମବାସୀ ଜିଏମ ଅଫିସରେ ତାଲା ପକାଇବାସହ ଖଣି ଖନନ କାର୍ଯ୍ୟକୁ ବନ୍ଦ କରାଇବେ ବୋଲି ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking