39.1 C
Bhubaneswar
Friday, April 26, 2024
Homeଅପରାଧସିମ୍ କାର୍ଡ ଅପ୍‌ଡେଟ୍ ବାହାନାରେ ୪୫ ହଜାର ଚଳୁ

ସିମ୍ କାର୍ଡ ଅପ୍‌ଡେଟ୍ ବାହାନାରେ ୪୫ ହଜାର ଚଳୁ

ଭୁବନେଶ୍ୱର : ସିମ୍ କାର୍ଡ ବନ୍ଦ ହୋଇଯିବା ପୂର୍ବରୁ କେୱାଇସି ଅପ୍‌ଡେଟ୍ କରାଇବା ବାହାନାରେ ସାଇବର ଠକ ଜଣେ ଯୁବକଙ୍କ ଆକାଉଣ୍ଟରୁ ୪୫ ହଜାର ୫୦୦ଟଙ୍କା ଲୁଟି ନେଇଛି । ମାସକ ପୂର୍ବରୁ ଏହି ଠକାମୀର ଶିକାର ହୋଇଥିବା ଯୁବକ ହେଲେ ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାରର ସୁବ୍ରତ କୁମାର ମୁନି । ସୁବ୍ରତ ଚନ୍ଦ୍ରଶେଖରପୁର ଥାନା ସମେତ ସାଇବର ସେଲ୍‌ରେ ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ବି ପୋଲିସ ତଦନ୍ତରେ ଅବହେଳା କରୁଛି ବୋଲି ଅଭିଯୋଗ ହୋଇଛି । ଠକ ଯେଉଁ ଆକାଉଣ୍ଟ ନମ୍ବର ବ୍ୟବହାର କରିଛି, ସେହି ଆକାଉଣ୍ଟଧାରୀଙ୍କ ସମସ୍ତ ବିବରଣୀ ପୋଲିସକୁ ପ୍ରଦାନ କରିଥିଲେ ମଧ୍ୟ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ସୂଚନାନୁଯାୟୀ, ସୁବ୍ରତଙ୍କ ବାପାଙ୍କ ନାମରେ ଥିବା ବିଏସ୍‌ଏନ୍‌ଏଲ୍ ମୋବାଇଲ୍ ଫୋନ୍ ନମ୍ବରର କେୱାଇସି ଅପ୍‌ଡେଟ୍ ହୋଇନଥିବାରୁ ନମ୍ବରଟି ବ୍ଲକ୍ ହୋଇଯିବ ବୋଲି ଏକ ଅଜଣା ନମ୍ବରରୁ କଲ୍ ଆସିଲା । ହିନ୍ଦୀ ଭାଷାରେ କଥା କହୁଥିବା ବ୍ୟକ୍ତି ଜଣକ ବିଏସ୍‌ଏନ୍‌ଏଲ୍ କମ୍ପାନୀର ଅଧିକାରୀ ବୋଲି ପରିଚୟ ଦେଇଥିଲା । ଅପ୍‌ଡେଟ୍ ପାଇଁ ମୋବାଇଲ୍‌ରେ ଏକ ଆପ୍ଲିକେସନ୍ ଡାଉନ୍‌ଲୋଡ କରିବାକୁ କହିଥିଲା ଓ ଡେବିଟି କାର୍ଡରୁ ୧୦ ଟଙ୍କା ରିଚାର୍ଜ କରିବା ପାଇଁ କହିଥିଲା । ତା’ କଥା ଅନୁସାରେ ସୁବ୍ରତ କାମ କରିବା ପରେ ପରେ ତାଙ୍କ ଆକାଉଣ୍ଟରୁ ୪୫ ହଜାର ୫୦୦ ଟଙ୍କା କଟି ଯାଇଥିଲା । ଏନେଇ ସେ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ସେ ଆଇଟି କମ୍ପାନିରେ କାମ କରୁଥିବାରୁ ଟଙ୍କା କେମିତି କଟିଲା ଓ କୋଉ ଆକାଉଣ୍ଟରେ ଜମା ହେଲା ବୋଲି ଖୋଳତାଡ୍ କରି ବାହାର କରିଥିଲେ । ଉକ୍ତ ଆକାଉଣ୍ଟଟି କୋଲକାତା ନାରାୟଣପୁରସ୍ଥିତ ୟୁକୋ ବ୍ୟାଙ୍କର ଓ ତାହା ସୌରଭ ପାଶ୍ୱାନଙ୍କ ଆକାଉଣ୍ଟ ବୋଲି ଜଣାପଡ଼ିଥିଲା । ସୁବ୍ରତ ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ବିବରଣୀ ପୋଲିସକୁ ଦେଇଥିଲେ ବି କାର୍ଯ୍ୟାନୁଷ୍ଠାନ କିଛି ନାହିଁ ବୋଲି ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking