28.1 C
Bhubaneswar
Saturday, April 27, 2024
Homeଓଡିଶାବିଧାୟକ ପାଣ୍ଠିରୁ ବ୍ରାହ୍ମଣ ପୂଜକମାନଙ୍କୁ ନରସିଂହଙ୍କ ସହାୟତା ପ୍ରଦାନ

ବିଧାୟକ ପାଣ୍ଠିରୁ ବ୍ରାହ୍ମଣ ପୂଜକମାନଙ୍କୁ ନରସିଂହଙ୍କ ସହାୟତା ପ୍ରଦାନ

ବଲାଙ୍ଗୀର,- ଭୟଙ୍କର କରୋନା ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱକୁ କବଳିତ କରି ସାରିଛି । ଧାରାବାହିକ ଲକ୍ ଡାଉନ ଦ୍ୱାରା ଆଗାମୀ ଦିନରେ ସାରା ବିଶ୍ୱର ଅର୍ଥନୈତିକ ସ୍ଥିତି କଣ ହେବ ସମସ୍ତେ ସନ୍ଧିହାନ । ସମାଜର ପ୍ରତ୍ୟେକ ବର୍ଗର ଲୋକ କରୋନା ଭୂତାଣୁ ଦ୍ୱାରା ଆର୍ଥିକ ସ୍ତରରେ ଦୁର୍ବଳ ହେଉଛନ୍ତି । ଛାତ୍ର ଛାତ୍ରୀ, କୃଷକ, ଯୁବକ, ବ୍ୟବସାୟୀ, ସରକାରୀ କର୍ମଚାରୀ ଏପରି କୈାଣସି ବର୍ଗ ନାହିଁ ଯେଉଁମାନେ ଏହା ଦ୍ୱାରା ପ୍ରତ୍ୟକ୍ଷ ଭାବରେ ପ୍ରଭାବିତ ହେଉ ନାହାନ୍ତି । ଏହାର ପ୍ରଭାବରୁ ବଲାଙ୍ଗିର ରେ କର୍ମକାଣ୍ଡ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନେ ମଧ୍ୟ ବାଦ ପଡିଥାନ୍ତି । ଦିର୍ଘ ଦିନ ହେଲା ସେମାନେ କୌଣସି କର୍ମକାଣ୍ଡ ପୂଜାର୍ଚ୍ଚନା ଯଜ୍ଞାନୁଷ୍ଠାନ କରୋନା କଟକଣା ଯୋଗୁଁ କରୁପାରୁନଥିବାରୁ ତାଙ୍କର ଆର୍ଥିକ ସ୍ଥିତି ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ସେଥି ପାଇଁ ସେମାନେ ବୈଦିକ ବ୍ରାହ୍ମଣ ରାଧାମାଧବ ସଂଘଙ୍କ ନାଁରେ ସଂଘବଦ୍ଧ ହୋଇ ବିଧାୟକ ଶ୍ରୀ ନରସିଂହ ମିଶ୍ରଙ୍କୁ ଭେଟି ତାଙ୍କ ଅଭାବ ଅସୁବିଧା କହିଥିଲେ । ପ୍ରତିଶୃତି ମୁତାବକ ତାଙ୍କ ବିଧାୟକ ପାଣ୍ଠିର ପ୍ରତ୍ୟେକ ପୂଜକଙ୍କୁ ୨୫ କେଜି ଲେଖାଏଁ ଚାଉଳ ଦେବା ପାଇଁ ଅନୁଦାନ ପ୍ରଦାନ କରିଥିଲେ । ତାହା ଆଜି ବଲାଙ୍ଗିର ଉପ-ଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ଦ୍ୱାରା ବଲାଙ୍ଗିର ର ୩୮ଜଣ ପୂଜକଙ୍କୁ ପ୍ରଦାନ କରାଯାଇଛି । ଏହି କରୋନା ସହାୟତା ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ସଂପାଦକ ଅଜୟ ବାଲି, ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନି, ନଗର କଂଗ୍ରେସ ସଂଯୋଜକ ଜୁଲୁ ପଟ୍ଟନାୟକ, ପୂର୍ବତନ କାଉନସିଲର ସୌମ୍ୟଦିପ ସରାଫ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking