37.2 C
Bhubaneswar
Friday, April 19, 2024
Homeଓଡିଶାଦେଶରେ ଗୋଟିଏ ଦିନରେ ୧୯୫ ମୃତ

ଦେଶରେ ଗୋଟିଏ ଦିନରେ ୧୯୫ ମୃତ

ନୂଆଦିଲ୍ଲୀ: ଦେଶରେ ଏବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢୁଛି । ତେବେ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ କରୋନା ସଂକ୍ରମଣରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୫୬୮କୁ ବୃଦ୍ଧି ପାଇଥିବା ସୂଚନା ରହିଛି । ହାଛଡା ଗତ ୨୪ ଘଣ୍ଟା ମଧ୍ୟରେ ୩୯୯୦ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଦିନକରେ ୧୦୨୦ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ୧୨୭୨୬ ଜଣ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତରେ କରୋନା ଆକ୍ରାନ୍ତ ଆରୋଗ୍ୟ ହାର ୨୭.୪୧ ପ୍ରତିଶତକୁ ବୃଦ୍ଧି ପାଇଥିବା କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking