32.1 C
Bhubaneswar
Thursday, March 28, 2024
Homeକରୋନାନିଜ ଖର୍ଚ୍ଚରେ ବିଦେଶରୁ ଫେରିବେ ପ୍ରବାସୀ ଭାରତୀୟ

ନିଜ ଖର୍ଚ୍ଚରେ ବିଦେଶରୁ ଫେରିବେ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଆଣିବା ପାଇଁ ମେ ୭ ତାରିଖରୁ ମହା ଅଭିଯାନ ଆରମ୍ଭ ହେବାକୁ ଯାଉଛି । ତେବେ ଫେରିବା ନେଇ ସମସ୍ତ ଖର୍ଚ୍ଚ ସେମାନେ ନିଜେ ବହନ କରିବେ ବୋଲି ସରକାର କହିଛନ୍ତି । ଏଥିପାଇଁ କେତେ ଖର୍ଚ୍ଚ ଲାଗିବ ସେ ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି । ବିଦେଶରୁ ଆସିବାକୁ ଥିବା ଭାରତୀୟଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ବୋଲି ସୂଚନା ମିଳିଛି । ତେବେ ଲଣ୍ଡନରୁ ଦିଲ୍ଲୀକୁ ଫେରୁଥିବା ପ୍ରତ୍ୟକ ବ୍ୟକ୍ତିଙ୍କ ପାଇଁ ଖର୍ଚ୍ଚ ୫୦ ହଜାର ରହଛି । ସେହିଭଳି ଢାକାରୁ ଦିଲ୍ଲୀ ମଧ୍ୟରେ ଖର୍ଚ୍ଚ ୧୨ ହଜାର ରହିବ । ଅନ୍ୟପଟେ, ଲଣ୍ଡନରୁ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ ପାଇଁ ମଧ୍ୟ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦେବାକୁ ପଡିବ ବୋଲି କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଆମେରିକାର ଶିକାଗୋରୁ ଦିଲ୍ଲୀ ଏବଂ ହାଇଦ୍ରାବାଦ ଭଳି ସହରରେ ପହଂଚିବା ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରାୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ । ତେବେ ମେ ୭ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ୬୪ ବିମାନ ପ୍ରବାସୀ ଭାରତୀୟଙ୍କୁ ଆଣିବ ବୋଲି ସୂଚନା ପ୍ରଦାନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ପୁରୀ । ସେମାନଙ୍କୁ ଖର୍ଚ୍ଚ ଦେବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି । ସମସ୍ତ ଯାତ୍ରୀଙ୍କର ସ୍କ୍ରିନିଂ ହେବା ସହ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯିବ । ବିମାନ ମଧ୍ୟରେ ମଧ୍ୟ ସମସ୍ତ ପ୍ରକାର ନିୟମକୁ କଡାକଡି ରୂପେ ପାଳନ କରାଯିବ ବୋଲି ସେ କହିଛନ୍ତି । ତେବେ ୟୁଏଇରୁ ୧୦ଟି ବିମାନ, କତରରୁ ୨, ସାଉଦି ଆରବରୁ ୫, ବ୍ରିଟେନରୁ ୭, ସିଙ୍ଗାପୁରରୁ ୫, ଆମେରିକାରୁ ୭, ଫିଲିପାଇନ୍ସରୁ ୫ ଏବଂ ବାଙ୍ଗଲାଦେଶରୁ ୭ଟି ବିମାନ ଭାରତୀୟ ନାଗରିକଙ୍କୁ ଆଣିବେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ପ୍ରଥମ ସପ୍ତାହରେ ୬୪ ଟି ବିମାନ ଭାରତୀଙ୍କୁ ଆଣିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking